ଡ୍ୟାମକୁ ଗାଧୋଇବାକୁ ଯାଇ ପାଣିରେ ବୁଡି ବୃଦ୍ଧ ମୃତ

ଯାଜପୁର (କେ ନ୍ୟୁଜ୍‌) : ଯାଜପୁର ଜିଲ୍ଲା ବଡଚଣା ବ୍ଲକ ସମିଆଁ ପଂଚାୟତ ନୁଟିକିରି ଠାରେ ଜଣେ ବ୍ୟକ୍ତିଙ୍କର ପାଣିରେ ବୁଡ଼ି ମୃତ୍ୟୁ ଘଟଛି । । ମୃତକ ହେଲେ ସେହି ଗ୍ରାମର ନିଧି ଦେହୁରୀ (୫୫) । ସେ ନିକଟସ୍ଥ ଚେକ ଡ୍ୟାମକୁ ଗାଧୋଇବାକୁ ଯାଇଥିବା ସମୟରେ ଅସାବଧାନତା କାରଣରୁ ଗୋଡ ଖସି ପାଣିରେ ବୁଡି ଯାଇଥିଲେ । ଖବର ପାଇ ଗ୍ରାମବାସୀ ତାଙ୍କୁ ଉଦ୍ଧାର କରିଥିବା ବେଳେ ପାଣିରେ ବୁଡ଼ି ଶ୍ୱାସରୁଦ୍ଧ ହୋଇ ନିଧିଙ୍କର ମୃତ୍ୟୁ ଘଟି ସାରିଥିଲା ।  ଘଟଣାସ୍ଥଳରେ ବୈରୀ ପୋଲିସ ପହଂଚି ଶବ ବ୍ୟବଚ୍ଛେଦ ପାଇଁ ପଠାଇବା ସହ ତଦନ୍ତ ଜାରି ରଖିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.