ନିଜ ଜନ୍ମଦିନରେ ରକ୍ତଦାନ କଲେ ଯାଜପୁର ଜିଲ୍ଲାପାଳ, ଚାରିଆଡୁ ଛୁଟୁଛି ପ୍ରଶଂସାର ସୁଅ

ଯାଜପୁର ଟାଉନ: ରକ୍ତଦାନ କରି ଜନ୍ମଦିନ ପାଳନ କଲେ ଯାଜପୁର ଜିଲ୍ଲାପାଳ ରଂଜନ କୁମାର ଦାସ । ଆଜି ଯାଜପୁର ବ୍ଲକ ମାଳଆନନ୍ଦପୁର ପଂଚାୟତର ନୁରୁଗାଁ କଂଟିଗଡିଆରେ ଅଶୋକ ଦାସ ଫାଉଣ୍ଡେସନ ପକ୍ଷରୁ ଏକ ରକ୍ତାଦାନ ଶିବିର ଅନୁଷ୍ଠିତ ହୋଇଥିଲା । ଏଥିରେ ଜିଲ୍ଲାପାଳ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଶିବିରକୁ ଉଦଘାଟନ କରିଥିଲେ । ପରେ ନିଜ ଜନ୍ମଦିନ ଅବସରରେ ରକ୍ତଦାନ କରିବାକୁ ଇଚ୍ଛା ପ୍ରକାଶ କରିଥିଲେ ।

jajpurସବୁବେଳେ ଅନ୍ୟକୁ ରକ୍ତଦାନ ପ୍ରତି ଉତ୍ସାହିତ କରୁଥିବା ଜିଲ୍ଲାପାଳ ଏହି ରକ୍ତଦାନ ଶିବିରରେ ରକ୍ତଦାନ କରିଥିଲେ । ଆଜି ନିଜ ଜନ୍ମଦିନରେ ଏଭଳି ଏକ କାର୍ଯ୍ୟକ୍ରମରେ ସାମିଲ ହୋଇ ଗର୍ବ ଅନୁଭବ କରୁଥିବା କହିଥିଲେ । ଜିଲ୍ଲାପାଳଙ୍କ ଏଭଳି ଉଦ୍ୟମକୁ ସାଧାରଣରେ ବେଶ ପ୍ରଶଂସା କରାଯାଇଥିଲା । ଏହି ଅବସରରେ ସ୍ଥାନୀୟ ସରପଂଚଙ୍କ ସହିତ ଯାଜପୁର ପୌରପାଳିକାର ପୂର୍ବତନ ପୌରାଧ୍ୟକ୍ଷ ଭବପ୍ରସାଦ ଦାସ ପ୍ରମୁଖ ଜିଲ୍ଲାପାଳଙ୍କୁ ସମ୍ବର୍ଦ୍ଧିତ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଫାଉଣ୍ଡେସନର ସଦସ୍ୟ ମାନେ ଉପସ୍ଥିତ ରହି ରକ୍ତଦାନ କରିଥିଲେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.