Below header

ଆମେରିକାରେ ତାଣ୍ଡବ ରଚୁଛି କରୋନା : ଲକ୍ଷେ ଟପିଲା ମୃତ୍ୟୁ ସଂଖ୍ଯା

ବିଶ୍ୱରେ ବେକାବୁ କରୋନା। ଏନେଇ ଗଲାଣି ୩ ଲକ୍ଷ ୫୨ ହଜାରରୁ ଅଧିକ ଜୀବନ। ଅନ୍ଯପଟେ ବର୍ତ୍ତମାନ ପର୍ଯ୍ୟନ୍ତ ମୋଟ ୫୬.୮୪ ଲକ୍ଷ ଆକ୍ରାନ୍ତ ହୋଇଥିବା ବେଳେ ୨୪.୩୦ ଲକ୍ଷ ସୁସ୍ଥ ହୋଇଛନ୍ତି । ରିପୋର୍ଟ ଅନୁଯାୟୀ ଆମେରିକାରେ ମୃତ୍ୟୁସଂଖ୍ୟା ସର୍ବାଧିକ ଲକ୍ଷେ ଟପିଥିବା ବେଳେ ଆକ୍ରାନ୍ତଙ୍କ ସଂଖ୍ୟା ୧୭ଲକ୍ଷରୁ ଅଧିକ ରହିଛି । ସେହିଭଳି ଆକ୍ରାନ୍ତ ସଂଖ୍ୟାରେ ଦ୍ୱିତୀୟ ସ୍ଥାନରେ ଥିବା ବ୍ରାଜିଲର ସ୍ଥିତି ଗମ୍ଭୀର । ବ୍ରାଜିଲରେ ମୋଟ ୩ଲକ୍ଷ ୯୪ ହଜାରରୁ ଅଧିକ ଆକ୍ରାନ୍ତ ହୋଇଛନ୍ତି ଏବଂ ୨୪ ହଜାରରୁ ଅଧିକ ଲୋକଙ୍କ ଜୀବନ ଗଲାଣି । ଅନ୍ଯପଟେ ଋଷିଆ, ସ୍ପେନ, ବ୍ରିଟେନରେ ମଧ୍ଯ ସ୍ଥିତି ଜଟିଳ ହେବାରେ ଲାଗିଛି। ପ୍ରତିଦିନ ଆକ୍ରାନ୍ତ ସାଙ୍ଗକୁ ବଢିବାରେ ଲାଗିଛି ମୃତ୍ୟୁସଂଖ୍ୟା।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.