Below header

ବାଲିଗୁଡା ବିରିମିଲା ଗାଁରେ ଅଭାବନୀୟ ଘଟଣା: ଗୁଣି ଗାରେଡିକୁ କେନ୍ଦ୍ର କରି ବୃଦ୍ଧଙ୍କୁ ବୀଭତ୍ସ ହତ୍ୟା

ବାଲିଗୁଡା : ଗୁଣି ଗାରେଡିକୁ କେନ୍ଦ୍ର କରି ବୃଦ୍ଧଙ୍କୁ ବୀଭତ୍ସ ହତ୍ୟା l ଘରେ ଶୋଇଥିବା ଅବସ୍ଥାରେ ଗଳା କାଟି ହତ୍ୟା l ତୁମୁଡିବନ୍ଧ ଥାନା ସିର୍ଲା ପଂଚାୟତର ବିରିମିଲା ଗାଁରେ ଘଟିଛି ଏଭଳି ଏକ ଅଭାବନୀୟ ଘଟଣା l ବିରିମିଲା ଗାଁର ଭକ୍ତି ପାଟମାଝୀ ନାମକ ବୃଦ୍ଧ ବ୍ୟକ୍ତି ଜଣକ ଗତକାଲି ନିଜ ଘରେ ଶୋଇଥିବା ବେଳେ ସେହି ଗ୍ରାମର ବାମ୍ବୁରା ସୁକାମାଝୀ ହତ୍ୟା କରିଥିବା ଅଭିଯୋଗ ହୋଇଛି l

ବାମ୍ବୁରା ସୁକାମାଝି ଗୁଣି ଗାରେଡିକୁ କେନ୍ଦ୍ର କରି ଭକ୍ତି ପାଟମାଝୀଙ୍କ ଗଳାକୁ କୁକୁଡ଼ା କଟା ଧାରୁଆ ଅସ୍ତ୍ରରେ ଆକ୍ରମଣ କରିଥିଲା l ତାଙ୍କୁ ରକ୍ତ ଜୁଡୁବୁଡୁ ଅବସ୍ଥାରେ ପରିବାର ଲୋକ ଉଦ୍ଧାର କରିଥିଲେ ମଧ୍ୟ ଘଟଣାସ୍ଥଳରେ ହିଁ ଭକ୍ତି ପାଟମାଝୀଙ୍କ ଜୀବନ ଚାଲି ଯାଇଥିଲା l ତୁମୁଡିବନ୍ଧ ଥାନା ଅଧିକାରୀ ବାବା ଶଙ୍କର ସରାଫ ଘଟଣାସ୍ଥଳରେ ପହଁଚି ତଦନ୍ତ ଆରମ୍ଭ କରିବା ସହ ଘଟଣାର ଛାନଭିନ୍ ଚଳାଇଛନ୍ତି l ମୃତଦେହକୁ ଉଦ୍ଧାର କରି ତୁମୁଡିବନ୍ଧ ମେଡିକାଲକୁ ଶବ ବ୍ୟବଚ୍ଛେଦ ପାଇଁ ପୋଲିସ୍ ପଠାଇଛି l ସେପଟେ ହତ୍ୟାକାଣ୍ଡ ପରେ ଅଭିଯୁକ୍ତ ବାମ୍ବୁରା ସୁକାମାଝୀ ଫେରାର ହୋଇଛି l

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.