ବଲାଙ୍ଗିର: ବଲାଙ୍ଗିରରେ ପୋଲିସ ଡିଜି ଅଭୟ। ପଶ୍ଚିମ ଓଡ଼ିଶାରେ ଦିନକୁ ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଉଥିବାରୁ ସ୍ଥିତି ସମୀକ୍ଷା କରୁଛନ୍ତି ପୋଲିସ ଡିଜି।
ରିଜର୍ଭ ପୋଲିସ କାର୍ଯ୍ୟାଳୟରେ ପୋଲିସ ଅଧିକାରୀଙ୍କ ସହ ଆଲୋଚନା କରିବା ସହ ବିଭିନ୍ନ ଥାନା ପରିଦର୍ଶନ କାର୍ଯ୍ୟକ୍ରମ ରହିଛି। ଏହାସହ ଜିଲ୍ଲାରେ କୋଭିଡ୍ କଟକଣାକୁ କଡାକଡି କରିବା ନେଇ ଆଲୋଚନା କରିବେ। ବଲାଙ୍ଗିର ପରେ ଭବାନୀପାଟଣା ଓ ନୂଆପଡ଼ା ଗସ୍ତ କାର୍ଯ୍ୟକ୍ରମ ରହିଛି।