ସୁଶାନ୍ତଙ୍କ ଜୀବନୀକୁ ନେଇ ନିର୍ମାଣ ହେଉଥିବା ଫିଲ୍ମ ଉପରେ ଲାଗିଲା ରୋକ୍, ମେକର୍ସକୁ ପଠାଗଲା ନୋଟିସ

ଦିଲ୍ଲୀ ହାଇକୋର୍ଟ ଦିବଂଗତ ଅଭିନେତା ସୁଶାନ୍ତ ସଂହଙ୍କ ଜୀବନୀ ଉପରେ ନିର୍ମାଣ ହେଉଥିବା ଫିଲ୍ମ ଉପରେ ରୋକ ଲଗାଇଛନ୍ତି। ଫିଲ୍ମ ନିର୍ମାତାଙ୍କୁ ନୋଟିସ କରିଛନ୍ତି ଦିଲ୍ଲୀ ହାଇକୋର୍ଟ। ଫିଲ୍ମକୁ ବିରୋଧରେ କରି ଏହାକୁ ବ୍ୟାନ କରିବାକୁ ସୁଶାନ୍ତ ସିଂହଙ୍କ ବାପା କ୍ରିଷ୍ଣା କିଶୋର ରାଜପୁତ ଦିଲ୍ଲୀ ହାଇକୋର୍ଟରେ ଦ୍ୱାରସ୍ଥ ହୋଇଥିଲେ । ସୁଶାନ୍ତଙ୍କ ମୃତ୍ୟୁକୁ ନେଇ ବିଭିନ୍ନ ଫାଇଦା ଉଠାଯାଉଛି ବୋଲି କହି ସେ କୋର୍ଟରେ ଅଭିଯୋଗ କରିଥିଲେ। ଏହି ଅଭିଯୋଗର ଶୁଣାଣି କରି ଫିଲ୍ମ ନିର୍ମାତାଙ୍କୁ ସମନ କରିଛନ୍ତି କୋର୍ଟ।

ସୁଶାନ୍ତଙ୍କ ଜୀବନ ଉପରେ ତିଆରି ହେଉଥିବା ଫିଲ୍ମକୁ ବ୍ୟାନ କରିବା ପାଇଁ ସୁଶାନ୍ତଙ୍କ ବାପା କୋର୍ଟରେ ଦାବି କରିଥିଲେ। ସୁଶାନ୍ତଙ୍କ ବାପା ଅଭିଯୋଗରେ ଦର୍ଶାଇଥିଲେ ଯେ ତାଙ୍କ ପୁଅ ସୁଶାନ୍ତ ସିଂହ ମୃତ୍ୟୁକୁ ଲୋକେ ଫାଇଦା ଉଠାଇବା ପାଇଁ ଚେଷ୍ଟା କରୁଛନ୍ତି। ସେମାନେ ଷ୍ଟୋରୀକୁ ବିଭିନ୍ନ ରୂପ ଦେଇ ଫିଲ୍ମ ନିର୍ମାଣ କରି ଲାଭବାନ ହେବାକୁ ଚାହୁଁଛନ୍ତି, ଯାହା ତାଙ୍କ ପରିବାର ସମ୍ମାନହାନି କରୁଛି।

sushant-singh

ଅଭିଯୋଗରେ ସେ ଆହୁରି ଦର୍ଶାଇଛନ୍ତି ଯେ ଫିଲ୍ମ ନିର୍ମାଣ କରୁଥିବା କୌଣସି ବି ପ୍ରଯୋଜକ ଏପର୍ଯ୍ୟନ୍ତ ତାଙ୍କ ସହିତ ପରାମର୍ଶ କରି ନାହାଁନ୍ତି। ପରାମର୍ଶ ନ କରି ଫିଲ୍ମ ବନାଉଛନ୍ତି ବୋଲି ସେ କୋର୍ଟରେ ଅଭିଯୋଗ କରିଛନ୍ତି। ସୁଶାନ୍ତ ସିଂହଙ୍କ ଜୀବନୀ ଉପରେ ଫିଲ୍ମ ‘ନ୍ୟାୟ’ ଆଧାରିତ ବୋଲି କୁହାଯାଉଛି। ଯାହାକୁ ନିର୍ଦ୍ଦେଶନା ଦେଇଛନ୍ତି ନିର୍ଦ୍ଦେଶ ଦିଲ୍ଲୀପ ଗୁଲାଟି। ଏହାର ଟିଜର ରିଲିଜ ହୋଇସାରିଥିବା ବେଳେ ଫିଲ୍ମଟି ୨୦୨୧ ଜୁନ୍ରେ ମୁକ୍ତିଲାଭ କରିବ। ଏହି ଫିଲ୍ମ ବିରୋଧରେ ଦିଲ୍ଲୀ କୋର୍ଟରେ ଦ୍ୱାରସ୍ଥ ହୋଇଛନ୍ତି ସୁଶାନ୍ତଙ୍କ ବାପା।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.