ଆଜି ଆଇପିଏଲରେ ଡବଲ ଧମାକା: ପ୍ରଥମେ ହାଇଦ୍ରାବାଦ- ପଞ୍ଜାବ କିଙ୍ଗସ ମୁହାଁମୁହିଁ, ଦ୍ବିତୀୟରେ ଚେନ୍ନାଇ ଏବଂ କୋଲକତା ମଧ୍ୟରେ ହେବ ଟକ୍କର

ଆଜି IPL ବୁଧବାରରେ ଆଜି ହେବ ଡବଲ ଧମାକା। ଦିନ ୩.୩୦ରେ ଚେନ୍ନାଇରେ ମୁହାଁମୁହାଁ ହେବେ ସନରାଇଜର୍ସ ହାଇଦ୍ରାବାଦ-ପଞ୍ଜାବ କିଙ୍ଗ୍ସ । ସେହିପରି ରାତି ୭.୩୦ରେ ଚେନ୍ନାଇ ସୁପରକିଙ୍ଗ୍ସ ଓ କୋଲକାତା ମଧ୍ୟରେ ଖେଳାଯିବ ମ୍ୟାଚ । ପ୍ରଥମ ମ୍ୟାଚଟି ହାଇଦ୍ରାବାଦ ପାଇଁ ଅନେକ ଗୁରୁତ୍ୱପୂର୍ଣ୍ଣ ।

ଲଗାତାର ୩ଟି ମ୍ୟାଚ ହାରିବା ପରେ ବିଜୟ ଧାରାକୁ ଫେରିବାକୁ ଲକ୍ଷ୍ୟ ରଖିଛି ଓ୍ୱାର୍ଣ୍ଣର ବାହିନୀ । ତେବେ ଏହି ମ୍ୟାଚ୍ ଉଭୟ ଟିମ୍ ବେଶ୍ ଗୁରୁତ୍ୱ । ସେପଟେ ୨ୟ ମ୍ୟାଚରେ ଆଜି ହେବିଓ୍ୱେଟ୍ ମୁକାବିଲା ହେବେ ।

ଧୋନୀ ବାହିନୀ ସହ କେକେଆରର କଡ୍ଡା ଟକ୍କର ଦେଖିବାକୁ ମିଳିବ । ପ୍ରଥମ ମ୍ୟାଚ୍ ହାରିବା ପରେ ଲଗାତାର ୨ଟି ମ୍ୟାଚ୍ ଜିତି ଚେନ୍ନାଇର ମନୋବଳ ଦୃଢ ରହିଛି । ଅନ୍ୟପଟରେ ଲଗାତାର ହାରିବା ପରେ କୋଲାକାତା ନାଇଟ ରାଇଡର୍ସ ସଂଘର୍ଷ କରୁଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.