ଭୁବନେଶ୍ୱର ରାସ୍ତାରୁ ହଟିବ ପୁରୁଣା ଗାଡ଼ି: ଟ୍ରାଫିକ ସମସ୍ୟା ଉପୁଜିବା ପରେ ନିଷ୍ପତ୍ତି ନେଲା ପୋଲିସ୍

ଭୁବନେଶ୍ବର: ରାଜଧାନୀ ରାସ୍ତାରୁ ହଟିବ ପୁରୁଣା ଗାଡ଼ି। ଭୁବନେଶ୍ୱରରେ ଟ୍ରାଫିକ ସମସ୍ୟା ଉପୁଜିବା ପରେ ଏଭଳି ନିଷ୍ପତ୍ତି ନେଇଛି ପୋଲିସ। ଦୀର୍ଘଦିନ ଧରି ରାସ୍ତା କଡ଼ରେ ଠିଆ ହୋଇଥିବା ପୁରୁଣାଗାଡ଼ିକୁ ହଟାଇବାକୁ ପ୍ରୟାସ ଆରମ୍ଭ ହୋଇଛି। ଗାଡ଼ି ହଟାଇବାକୁ ପ୍ରଥମେ ମାଲିକଙ୍କୁ ଯୋଗାଯୋଗ କରାଯିବ

ସେ କୌଣସି ପଦକ୍ଷେପ ନନେଲେ ଗାଡ଼ିକୁ ପୋଲିସ ହଟାଇବ। ପ୍ରଥମ ଦୁଇଦିନ ବରମୁଣ୍ଡା, କଳ୍ପନା ଓ ରସୁଲଗଡ଼ରୁ ପୁରୁଣା ଗାଡ଼ିକୁହଟାଯିବ। ଟ୍ରାଫିକ ଧାରା ୨୭ ଅନୁସାରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଟ୍ରାଫିକ ଡିଏସପି ସୌମ୍ୟା ମିଶ୍ର କହିଛନ୍ତି। ଗୋଟିଏ ସପ୍ତାହ ମଧ୍ୟରେ ରାଜଧାନୀରୁ ପୁରୁଣା ଗାଡ଼ି ହଟିବ ବୋଲି କୁହାଯାଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.