ନେହା କକ୍କର ଗର୍ଭବତୀ ଥିବା ଖବର ମିଛ, ଅପ୍‌କମିଂ ଆଲବମ୍‌ ପାଇଁ କରିଥିଲେ ପବ୍ଲିସିଟି ଷ୍ଟଣ୍ଟ

ନେହା କକ୍କର ଗର୍ଭବତୀ ଥିବା ଖବର ଏବେ ସବୁ ସୋସିଆଲ ମିଡିଆରେ ଚର୍ଚ୍ଚାର ଶିରୋନାମାରେ ରହିଛି। ଗତ କାଲିଠାରୁ ସବୁ ସୋସିଆଲ ମିଡିଆରେ ଏହି ଖବର ବେଶ୍‌ ଭାଇରାଲ ହେଉଛି। ବିବାହର ଦେଢ଼ ମାସ ନ ପୂରୁଣୁ ନେହା ବେବି ବମ୍ପର ଫଟୋ ସେୟାର କରି ସମସ୍ତଙ୍କୁ ହତବାକ୍‌ କରିଦେଇଥିଲେ। ଏହି ଫଟୋ ଭାଇରାଲ ହେବା ପରେ କିଛି ଲୋକ ନେହା ବିବାହ ପୂର୍ବରୁ ଗର୍ଭବତୀ ଥିବା ନେଇ ମଧ୍ୟ କହିଥିଲେ। ମାତ୍ର ଆଜି ନେହାଙ୍କର ଆଉ ଏକ ପୋଷ୍ଟ ଲୋକଙ୍କୁ ଆହୁରି ଦ୍ୱନ୍ଦ୍ୱରେ ପକାଇ ଦେଇଛି।

ନେହା ଏକ ନୂଆ ପୋଷ୍ଟ କରି ଖୁଲାସା କରିଛନ୍ତି ଯେ ତାଙ୍କ ନୂଆ ଗୀତ ରିଲିଜ୍‌ ହେଉଛି। ଏହି ଗୀତର ଟାଇଟଲ ରହିଛି ‘ଖୟାଲ ରଖ୍ୟା କର’। ସେ ବେବି ବମ୍ପ ଫଟୋ ସହ ନୂଆ ଗୀତର ଘୋଷଣା କରିଛନ୍ତି।

ନେହା କକ୍କର ସୋସିଆଲ ମିଡିଆରେ ଗୀତର କଭର ଫଟୋ ରିଲିଜ୍‌ କରିଛନ୍ତି। ଏହା ସେହି ଫଟୋ ଯାହାକୁ ନେଇ ସୋସିଆଲ ମିଡିଆରେ ବେଶ୍‌ ଚହଳ ସୃଷ୍ଟି ହୋଇଛି। ଏହା ସହ ୨୨ ଡିସେମ୍ବର ତାରିଖ ମଧ୍ୟ ଲେଖାଅଛି। ତାଙ୍କ ଗୀତ ଏହି ଦିନ ରିଲିଜ୍‌ ହୋଇପାରେ ବୋଲି କୁହାଯାଉଛି। ଏହି ଗୀତରେ ରୋହନପ୍ରୀତ ଓ ନେହା କକ୍କର ଉଭୟ ନଜର ଆସିବେ। ତେବେ ସବୁଠୁ ମଜା କଥା ହେଉଛି ଏହି ଫଟୋର ବ୍ୟାକ୍‌ଗ୍ରାଉଣ୍ଡରେ ହ୍ୟାସ୍‌ଟ୍ୟାଗ୍‌ ‘ଖୟାଲ ରଖ୍ୟା କର’ ଲେଖାଯାଇଛି, ଯାହାକୁ ଲୋକମାନେ ନେହା ଗର୍ଭବତୀ ଥିବା ଭାବିଛନ୍ତି। ତେବେ ଲୋକମାନେ ଏବେ ବି ଜାଣିପାରୁନାହାନ୍ତି ସତ କ’ଣ।


ପ୍ରକାଶ ଯେ ୨୪ ଅକ୍ଟୋବରରେ ନେହା କକ୍କର ଓ ରୋହନପ୍ରୀତ ବିବାହ ବନ୍ଧନରେ ବାନ୍ଧି ହୋଇଥିଲେ। ସେମାନଙ୍କ ବିବାହକୁ ଇତି ମଧ୍ୟରେ ଦୁଇ ମାସ ପୂରଣ ହୋଇନଥିବା ବେଳେ ନେହା ଗର୍ଭବତୀ ଥିବା ଖବରକୁ ଫ୍ୟାନ୍‌ମାନେ ସହଜରେ ଗ୍ରହଣ କରିପାରିନାହାନ୍ତି। କିଛି ଲୋକ ଏହାକୁ ପବ୍ଲିସିଟି ଷ୍ଟଣ୍ଟ କହୁଥିବା ବେଳେ ଆଉ କିଛି ନେହାଙ୍କୁ ନୂଆ ଆଲବମ୍‌ ପାଇଁ ଶୁଭେଚ୍ଛା ଜଣାଉଥିବା ଦେଖାଯାଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.