ଆନନ୍ଦପୁର: ଛତୁ ତୋଳିବା ହେଲା କାଳ: ଭାଲୁ ଆକ୍ରମଣ ବୃଦ୍ଧାଙ୍କ ମୃତ୍ୟୁ

ଭାଲୁ ଆକ୍ରମଣ ଜଣେ ବୃଦ୍ଧାଙ୍କ ମୃତ୍ୟୁ । କେନ୍ଦୁଝର ଆନନ୍ଦପୁର ଥାନା ପଣସଡିହା ପଞ୍ଚାୟତ ଡୁମରିଡିହା ଗାଁରେ ଏହି ଘଟଣା ଘଟିଛି । ମୃତକ ହେଉଛନ୍ତି ସୁମୀ ଘାଗରାଇ । ସେ ନିକଟସ୍ଥ ଜଙ୍ଗଲକୁ ଶୌଚ ହେବାକୁ ଯାଇଥିବା ବେଳେ ସେଠାରୁ ଫେରି ବାଟରେ ଛତୁ ତୋଳୁଥିଲେ । ଏହି ସମୟରେ ଭାଲୁ ହାବୁଡରେ ପଡିଥିଲେ ।

ଆନନ୍ଦପୁର(କେନ୍ୟୁଜ୍‌): ଭାଲୁ ଆକ୍ରମଣ ଜଣେ ବୃଦ୍ଧାଙ୍କ ମୃତ୍ୟୁ । କେନ୍ଦୁଝର ଆନନ୍ଦପୁର ଥାନା ପଣସଡିହା ପଞ୍ଚାୟତ ଡୁମରିଡିହା ଗାଁରେ ଏହି ଘଟଣା ଘଟିଛି । ମୃତକ ହେଉଛନ୍ତି ସୁମୀ ଘାଗରାଇ । ସେ ନିକଟସ୍ଥ ଜଙ୍ଗଲକୁ ଶୌଚ ହେବାକୁ ଯାଇଥିବା ବେଳେ ସେଠାରୁ ଫେରି ବାଟରେ ଛତୁ ତୋଳୁଥିଲେ । ଏହି ସମୟରେ ଭାଲୁ ହାବୁଡରେ ପଡିଥିଲେ।

ଭାଲୁ ସୁମୀଙ୍କୁ ଆକ୍ରମଣ କରିବାରୁ ଘଟଣା ସ୍ଥଳରେ ତାଙ୍କର ମୃତ୍ୟୁ ହୋଇଥିଲା। ଦୀର୍ଘ ସମୟ ଧରି ସୁମୀ ନଫେରିବାରୁ ପରିବାର ଲୋକେ ଗାଁ ଲୋକଙ୍କ ସହାୟତାରେ ଖୋଜାଖୋଜି କରିଥିଲେ । ପରେ ତାଙ୍କ ମୃତଦେହ ଜଙ୍ଗଲ ନିକଟ ରାସ୍ତାରୁ ଉଦ୍ଧାର ହୋଇଥିଲା ।

ପରେ ପୋଲିସ୍ ପହଞ୍ଚି ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ଆନନ୍ଦପୁର ମେଡିକାଲ ପଠାଇଛି । ସପ୍ତାହେ ମଧ୍ୟରେ ସ୍ଥାନୀୟ ଅଞ୍ଚଳରେ ଭାଲୁ ଆକ୍ରମଣରେ ଦୁଇଟି ଜୀବନ ଗଲାଣି । ଗତ ୧୩ ତାରିଖରେ ନିକଟସ୍ଥ ସାନପୁରୁଣାପାଣି ଗାଁର ଚାଷୀ ଘନଶ୍ୟାମ ହେମ୍ବ୍ରମ ଭାଲୁ ଆକ୍ରମଣରେ ପ୍ରାଣ ହରାଇଥିଲେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.