ବୃଦ୍ଧାଙ୍କୁ ମାଡ ମାରି ହାତ ଭାଙ୍ଗିଦେଲେ ସଇତାନ୍ ପୁଅ,ବୋହୂ ଓ ସ୍ବାମୀ, ଅସହାୟ ଅବସ୍ଥାରେ ବୁଲୁଥିବାବେଳେ ହେଲେ ଉଦ୍ଧାର

ମାଲକାନଗିରି: ପୁଣି ଅଲୋଡା ହେଲା ମା । ବୃଦ୍ଧା ବୟସରେ ପର କରିଦେଲେ ପୁଅ,ବୋହୂ। ସବୁଠାରୁ ଦୁଃଖର ବିଷୟ ପୁଅ,ବୋହୂ ସହିତ ସାମିଲ୍ ଥିଲେ ସ୍ବାମୀ । ସେହି ସ୍ବାମୀ ଯିଏ ସାତ ଜନମ ପାଇଁ ହାତ ଧରି ଆଣିଥିଲେ ସୁଖ ଦୁଃଖର ସାଥି ହେବାପାଇଁ। ତେବେ ସେମାନଙ୍କଠାରୁ ପ୍ରତିଦିନ ଅସହ୍ୟ ମାଡ଼ ଖାଇବା ପରେ ଯନ୍ତ୍ରଣାରେ ଛଟପଟ ଏହି ବୃଦ୍ଧାଙ୍କୁ ଶେଷରେ ଘରୁ ବିତାଡିତ କରିଦେଲେ ଏହି ଅମଣିଷମାନେ। ଘଟଣାଟି ଘଟିଛି ମାଲକାନଗିରି ଜିଲ୍ଲା ସଦରମ ପହକୁମା ୧୧୯ ନଂ କଲୋନୀରେ। ବୃଦ୍ଧା ଜଣଙ୍କ ହେଉଛନ୍ତି ରଜନୀ ପଣ୍ଡା।

ତେବେ ପ୍ରବଳ ମାଡ଼ରେ ବୃଦ୍ଧା ଜଣଙ୍କର ହାତ ଭାଙ୍ଗି ଯାଇଛି। ଏଭଳି ସମୟରେ ଘରୁ ବିତାଡିତ ରଜନୀ ବା କଣ କରିଥାନ୍ତେ। ଏଣେ ତେଣେ ଦିମୁଠା ଦାନ ପାଇଁ ଘୁରି ବୁଲୁଥିବା ବେଳେ ତାଙ୍କ ଉପରେ ନଜର ପଡିଲା ଜିଲ୍ଲା ସେବା ପ୍ରାଧିକରଣର କର୍ମଚାରୀ ମାନଙ୍କର। ଏହାପରେ ସ୍ବେଚ୍ଛାସେବୀ ଡ଼ଃ.ରଞ୍ଜନ ସ୍ୱାଇଁଙ୍କ ସହ ସବଇନ୍ସପେକ୍ଟର ସୁଭଶ୍ରୀ ନାୟକ ମିଳିତ ଭାବେ ବୃଦ୍ଧା ଙ୍କୁ ଉଦ୍ଧାର କରି ଆଶ୍ରୟ ଗୃହରେ ଥଇଥାନ କରିଥିଲେ।

malkangiriତେବେ ବିତାଡିତ ବୃଦ୍ଧା ରଜନୀ ପଣ୍ଡାଙ୍କ ସ୍ୱାମୀ ଜଣେ ଅବସରପ୍ରାପ୍ତ ସରକାରୀ କମର୍ମଚାରୀ ଥିବାବେଳେ, ଏବେ ପେନସନ ପାଉଛନ୍ତି । ତେବେ ସେଥିରୁ ଭରଣ ପୋଷଣ ପାଇଁ ଆଇନ ପ୍ରାଧିକରଣ ସଚିବ ଅମରେଶ ନାୟକ ବୃଦ୍ଧାଙ୍କୁ ତାଙ୍କ ପ୍ରାପ୍ୟ ପାଇବା ପାଇଁ ସମସ୍ତ ବ୍ଯବସ୍ଥା ଯୋଗାଇଦେବେ ବୋଲି ପ୍ରତିଶ୍ରୁତି ଦେଇଛନ୍ତି। ଏଠି ଭାବିବାର କଥା ଯେଉଁ ମା ୧୦ ମାସ ୧୦ ଦିନ ଗର୍ଭ ଯନ୍ତ୍ରଣା ସହି ପିଲାକୁ ଏତେ ବଡ଼ କରେ, କିନ୍ତୁ ପରେ ମା ଯେତେବେଳେ ବୃଦ୍ଧା ହୋଇଯାଏ ତାକୁ ସେବା କରିବା ବଦଳରେ ଏମିତି ଅସହାୟ କରି ପର କରିଦେବାଟା ଯେ କେତେ କଷ୍ଟଦାୟକ ତାହା ବଖାଣିବା ଅସମ୍ଭବ ।

rajaniତେବେ ଏଠି ରଜନୀ କହିବେବା କାହାକୁ ପିଲାତ ଯାହା କଲା ସ୍ବାମୀ ତ ସେୟା କଲା। କିନ୍ତୁ ଆଜି ଯାହାର କେହି ସାହ ନାହିଁ ତାର ସହାରା ପାଲଟିଛି ମାଲକାନଗିରି ଆଇନସେବା ପ୍ରାଧିକରଣ। ସୂଚନା ଥାଉକି, ଗତକାଲି ଆନ୍ତର୍ଜାତିକ ବୃଦ୍ଧ ଦିବସ ଅବସରରେ ଏହି ବୃଦ୍ଧା ଜଣଙ୍କୁ ଉଦ୍ଧାର କରାଯାଇଥିଲା। ଆମେ ଏତିକି କହିବୁ ଏମିତି ବୃଦ୍ଧା ବାପା ମାଙ୍କୁ ବେସାହାରା ଅବସ୍ଥାରେ ପର କରନ୍ତୁ ନାହିଁ, ଖାଲି ଟିକେ ଭଲପାଇବା ତ ସେମାନେ ଆପଣଙ୍କଠାରୁ ଚାହାନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.