Below header

ବାର୍ ରୁମରେ ଶୁଭଲକ୍ଷ୍ମୀଙ୍କ ମୃତ୍ୟୁ ପରେ ମୁହଁ ଖୋଲିଛନ୍ତି ଜଣେ ଅଭିନେତ୍ରୀ, ‘ଗରିବ ଯୁବତୀଙ୍କୁ ବ୍ଲାକମେଲିଂ କରାଯାଉଛି’

ଭୁବନେଶ୍ବର ବାର୍ ରୁମରେ ଶୁଭଲକ୍ଷ୍ମୀଙ୍କ ମୃତ୍ୟୁ ପରେ ବାରରେ କାର୍ଯ୍ୟକୁ ନେଇ ପ୍ରଶ୍ନବାଚୀ ଉଠିଛି । ଏହା ଉପରେ ମୁହଁ ଖୋଲିଛନ୍ତି ଜଣେ ଅଭିନେତ୍ରୀ ମୌସୁମୀ । ଅନେକ ଅଭିଯୋଗ ଆଣିବା ସହ ପ୍ରଶ୍ନବାଚୀ ଉଠାଇଛନ୍ତି । ମୌସୁମୀ ଅଭିଯୋଗ କରିଛନ୍ତି, ଗାଁର ଗରିବ ଯୁବତୀଙ୍କୁ ବାରରେ ଚାକିରି ଦେବା ନାଁରେ ବ୍ଲାକମେଲିଂ କରାଯାଉଛି ।

ଭୁବନେଶ୍ବର ବାର୍ ରୁମରେ ଶୁଭଲକ୍ଷ୍ମୀଙ୍କ ମୃତ୍ୟୁ ପରେ ବାରରେ କାର୍ଯ୍ୟକୁ ନେଇ ପ୍ରଶ୍ନବାଚୀ ଉଠିଛି । ଏହା ଉପରେ ମୁହଁ ଖୋଲିଛନ୍ତି ଜଣେ ଅଭିନେତ୍ରୀ ମୌସୁମୀ । ଅନେକ ଅଭିଯୋଗ ଆଣିବା ସହ ପ୍ରଶ୍ନବାଚୀ ଉଠାଇଛନ୍ତି । ମୌସୁମୀ ଅଭିଯୋଗ କରିଛନ୍ତି, ଗାଁର ଗରିବ ଯୁବତୀଙ୍କୁ ବାରରେ ଚାକିରି ଦେବା ନାଁରେ ବ୍ଲାକମେଲିଂ କରାଯାଉଛି । ଶୋଷଣ କରାଯାଉଛି ।

ତାପରେ ସେମାନେ ବାଧ୍ୟ ହେଉଛନ୍ତି ଆତ୍ମହତ୍ୟା କରିବା ପାଇଁ । ଏହାପଛରେ କାହାର ହାତ ରହିଛି ? ପୋଲିସ ଖୋଜି ବାହାର କରୁ ବୋଲି କହିଛନ୍ତି ମୌସୁମୀ । ସେ ଆହୁରି କହିଛନ୍ତି, କେବଳ ଶୁଭଲକ୍ଷ୍ମୀ ନୁହଁନ୍ତି ଆହୁରି ଅନେକ ଝିଅ ଅଛନ୍ତି ସେମାନଙ୍କୁ ସୁରକ୍ଷା ଦେବା ଆବଶ୍ୟକ ।

ଶୁଭଲକ୍ଷ୍ମୀଙ୍କ ମୃତ୍ୟୁ ପଛରେ ତାଙ୍କ ଅଙ୍କଲଙ୍କର ହାତ ଥାଇପାରେ ବୋଲି ଅନୁମାନ କରିଛନ୍ତି ଅଭିନେତ୍ରୀ । ଦୋଷୀ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ସହ ଜଣେ ନାବାଳିକାଙ୍କୁ କେମିତି ବାରରେ ନିୟୋଜିତ କରାଗଲା ସେନେଇ ପ୍ରଶ୍ନ ଉଠାଇଛନ୍ତି ମୌସୁମୀ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.