୨୭ରେ ଅବପାତର ରୂପ ନେବ ଲଘୁଚାପ, ବାତ୍ୟା ନେଇ ପୂର୍ବାନୁମାନ

୨୬ରେ ଲଘୁଚାପ, ୨୭ରେ ଅବପାତ ସମ୍ଭାବନା । ଆଗକୁ ବଙ୍ଗୋପାସାଗରରେ ବାତ୍ୟା ନେଇ ପୂର୍ବାନୁମାନ କରିଛି ସ୍କାଏମେଟ । ଯଦି ବାତ୍ୟା ସୃଷ୍ଟି ହୁଏ ତେବେ ଚଳିତ ବର୍ଷ ବଙ୍ଗୋପସାଗରରେ ଏହା ଷଷ୍ଠ ସାଇକ୍ଲୋନ ହେବ । ଏହାର ନାମ 'ମିଗଜମ' ରହିବ ବୋଲି ସ୍କାଏମେଟ କହିଛି । 

ଭୁବନେଶ୍ୱର (କେନ୍ୟୁଜ): ଆସୁଛି ଆଉ ଏକ ଲଘୁଚାପ । ୨୬ରେ ଲଘୁଚାପ, ୨୭ରେ ଅବପାତ ସମ୍ଭାବନା । ୨୫ ତାରିଖ ବେଳକୁ ଆଣ୍ଡାମାନ ସାଗର ଏବଂ ପାର୍ଶ୍ବବର୍ତ୍ତୀ ଅଞ୍ଚଳରେ ଏକ ଘୂର୍ଣ୍ଣିବଳୟ ପ୍ରବେଶ କରିବାର ସମ୍ଭାବନା ରହିଛି । ପ୍ରଭାବରେ ୨୬ ତାରିଖ ବେଳକୁ ଆଣ୍ଡାମାନ ସାଗର ଅଞ୍ଚଳରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବ । ଏହା ପଶ୍ଚିମ-ଉତ୍ତରପଶ୍ଚିମ ଦିଗରେ ଗତି କରିବ । ଅଧିକ ଘନୀଭୂତ ହୋଇ ଦକ୍ଷିଣ-ପୂର୍ବ ବଙ୍ଗୋପସାଗର ଏବଂ ପାର୍ଶ୍ବବର୍ତ୍ତୀ ଆଣ୍ଡାମାନ ସାଗର ଅଞ୍ଚଳରେ ୨୭ ତାରିଖ ବେଳକୁ ଅବପାତର ରୂପ ନେବାର ସମ୍ଭାବନା ରହିଛି । ଏନେଇ ଭାରତୀୟ ପାଣିପାଗ ବିଭାଗ ପୂର୍ବାନୁମାନ କରିଛି ।

ପୂର୍ବାଳୀ ତରଙ୍ଗ ବାୟୁ ରାଜ୍ୟକୁ ପ୍ରବେଶ କରୁଥିବାରୁ ଉପକୂଳ ଓଡ଼ିଶାରେ କୋହଲା ପାଗ ସହିଛି କିଛି ସ୍ଥାନରେ ବର୍ଷ ରେକର୍ଡ କରାଯାଇଛି । ଆଗାମୀ ୪ରୁ ୫ଦିନ ଯାଏ ରାତ୍ରି ତାପମାତ୍ରାରେ ବିଶେଷ କିଛି ପରିବର୍ତ୍ତନ ହେବ ନାହିଁ । ଆଗକୁ ବଙ୍ଗୋପାସାଗରରେ ବାତ୍ୟା ନେଇ ପୂର୍ବାନୁମାନ କରିଛି ସ୍କାଏମେଟ । ଲଘୁଚାପ ଘନୀଭୂତ ହୋଇ ବାତ୍ୟାରେ ପରିଣତ ହେବା ସମ୍ଭାବନାକୁ ଏଡ଼ାଇ ଦେଇ ହେବ ନାହିଁ । ଏଥିପାଇଁ ପାଗ ଅନୁକୂଳ ରହିଛି । ତେବେ ଏବେଠୁ ସଠିକ ଭାବେ କିଛି କୁହାଯାଇପାରିବ ନାହିଁ । ଆଗାମୀ ୪୮ରୁ ୭୨ ଘଣ୍ଟା ନଜର ରହିବ । ଯଦି ବାତ୍ୟା ସୃଷ୍ଟି ହୁଏ ତେବେ ଚଳିତ ବର୍ଷ ବଙ୍ଗୋପସାଗରରେ ଏହା ଷଷ୍ଠ ସାଇକ୍ଲୋନ ହେବ । ଏହାର ନାମ ‘ମିଗଜମ’ ରହିବ ବୋଲି ସ୍କାଏମେଟ କହିଛି । ମ୍ୟାନମାର ପକ୍ଷରୁ ପରବର୍ତ୍ତୀ ବାତ୍ୟାର ନାମ ମିଗଜମ ନାମକରଣ କରାଯାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.