Below header

ଆଜିଠୁ ପଞ୍ଚକ ବ୍ରତ ଆରମ୍ଭ, ଶ୍ରୀମନ୍ଦିରରେ ଲକ୍ଷ୍ମୀ ନାରାୟଣ ବେଶରେ ଦର୍ଶନ ଦେବେ ମହାପ୍ରଭୁ

ଆଜିଠୁ ଆରମ୍ଭ ହୋଇଛି ପବିତ୍ର ପଞ୍ଚକ ବ୍ରତ। ଏହି ୫ ଦିନରେ ମହାପ୍ରଭୁଙ୍କ ଚିତ୍ତାକର୍ଷ ୫ଟି ବେଶ ଦର୍ଶନ କରିବେ ହବିଷ୍ୟାଳି ଓ ଭକ୍ତ। ମହାପ୍ରଭୁଙ୍କ ଅବକାଶ ନୀତି ପରେ ଠାକୁରଙ୍କ ସ୍ୱତନ୍ତ୍ର ବେଶ ଅନୁଷ୍ଠିତ ହେବ । ବଡ଼ଏକାଦଶୀ ତିଥିରେ ଆଜି ଶ୍ରୀମନ୍ଦିରରେ ଲକ୍ଷ୍ମୀ ନାରାୟଣ ବେଶରେ ଦର୍ଶନ ଦେବେ ମହାପ୍ରଭୁ ।

ପୁରୀ (କେନ୍ୟୁଜ): ଆଜିଠୁ ଆରମ୍ଭ ହୋଇଛି ପବିତ୍ର ପଞ୍ଚକ ବ୍ରତ। ଏହି ୫ ଦିନରେ ମହାପ୍ରଭୁଙ୍କ ଚିତ୍ତାକର୍ଷ ୫ଟି ବେଶ ଦର୍ଶନ କରିବେ ହବିଷ୍ୟାଳି ଓ ଭକ୍ତ। ମହାପ୍ରଭୁଙ୍କ ଅବକାଶ ନୀତି ପରେ ଠାକୁରଙ୍କ ସ୍ୱତନ୍ତ୍ର ବେଶ ଅନୁଷ୍ଠିତ ହେବ । ବଡ଼ଏକାଦଶୀ ତିଥିରେ ଆଜି ଶ୍ରୀମନ୍ଦିରରେ ଲକ୍ଷ୍ମୀ ନାରାୟଣ ବେଶରେ ଦର୍ଶନ ଦେବେ ମହାପ୍ରଭୁ । ମୂଲ୍ୟବାନ ସ୍ଵର୍ଣ ଅଳଙ୍କାର, ପାଟ ବସ୍ତ୍ର ଏବଂ ପୁଷ୍ପ ମାଲ୍ୟ ପରିଧାନ କରିବେ ଶ୍ରୀବିଗ୍ରହ। ବିଶ୍ବାସ ରହିଛି ମାସସାରା ବ୍ରତ ରଖି ଯେତିକି ପୂଣ୍ୟ ମିଳିଥାଏ , ପଞ୍ଚୁକ ପାଞ୍ଚ ଦିନ ବ୍ରତ ରଖିଲେ ଅଧିକ ପୂଣ୍ୟ ମିଳିଥାଏ। ଏଥିପାଇଁ ଶ୍ରୀମନ୍ଦିରରେ ଲକ୍ଷାଧିକ ଶ୍ରଦ୍ଧାଳୁଙ୍କ ଭଡ଼ ଜମିଛି। ହୁଳହୁଳି ଓ ଭଜନ କୀର୍ତ୍ତନରେ ପ୍ରକମ୍ପିତ ହେଉଛି ପରିବେଶ।

ଭକ୍ତଙ୍କ ଭିଡ଼କୁ ଦୃଷ୍ଟିରେ ରଖି ପୁରୀ ଜିଲ୍ଲା ପ୍ରଶାସନ ପକ୍ଷରୁ ବ୍ୟାପକ ବନ୍ଦୋବସ୍ତ କରାଯାଇଛି । ବୃଦ୍ଧବୃଦ୍ଧା, ମହିଳା ଓ ଦିବ୍ୟାଙ୍ଗଙ୍କ ପାଇଁ ସ୍ବତନ୍ତ୍ର ବ୍ୟବସ୍ଥା ହୋଇଛି। ଶ୍ରୀମନ୍ଦିର ଠାରୁ ମାର୍କେଟ ଛକ ପର୍ଯ୍ୟନ୍ତ ସମସ୍ତ ଉଠା ଦୋକାନ ବନ୍ଦ ରଖାଯାଇଛି । ପଞ୍ଚୁକ ଆରମ୍ଭରୁ ଶେଷ ପର୍ଯ୍ୟନ୍ତ ମାର୍କେଟ ଛକରୁ ଗାଡି ଚଳାଚଳ ବନ୍ଦ ରଖାଯିବ। ସେହିପରି ହବିଷ୍ୟାଳିଙ୍କ ବୁଡ଼ ପାଇଁ ପଞ୍ଚ ପୁଷ୍କରିଣୀ ଓ ମହୋଦଧୀରେ ଅଗ୍ନିଶମ ବାହିନୀ ଓ ଲାଇଫ ଗାର୍ଡ ମୁତୟନ କରାଯାଇଛି । ଗହଳି ନିୟନ୍ତ୍ରଣ ପାଇଁ ୩ଟି ସିଫ୍ଟରେ ୫୦ ସ୍ବେଚ୍ଛାସେବୀ ମୁତୟନ ରହିବେ । ଭିଡ଼ ନିୟନ୍ତ୍ରଣ ପାଇଁ ୪୦ ପ୍ଲାଟୁନ ଫୋର୍ସ ମୁତୟନ କରାଯାଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.