ତାମ୍ପରା ହ୍ରଦରେ ବୁଡି ଜଣେ ମହିଳା ମୃତ

ତାମ୍ପରା ହ୍ରଦରେ ବୁଡି ଜଣେ ମହିଳାଙ୍କ ମୃତ୍ୟୁ ଘଟିଛି l ମୃତ ମହିଳା ଜଣକ ହେଲେ ହୂମର ଗ୍ରାମର ପୁଷ୍ପା ବେହେରା (34) l

ଛତ୍ରପୁର : ତାମ୍ପରା ହ୍ରଦରେ ବୁଡି ଜଣେ ମହିଳାଙ୍କ ମୃତ୍ୟୁ ଘଟିଛି l ମୃତ ମହିଳା ଜଣକ ହେଲେ ହୂମର ଗ୍ରାମର ପୁଷ୍ପା ବେହେରା (34) l ମିଳିଥିବା ସୂଚନା ମୁତାବକ, ଛତ୍ରପୁର ଥାନା ଅନ୍ତର୍ଗତ ହୂମର ଗ୍ରାମର ପୁଷ୍ପା ବେହେରା ନିଜର ଜଣେ ସମ୍ପର୍କୀୟ ନଣନ୍ଦଙ୍କ ସହ ତାମ୍ପରା ହ୍ରଦ ଆର ପଟେ ଥିବା ବଣକୁ ଏକ ଡ଼ଙ୍ଗା ଯୋଗେ କାଠ ଆଣିବାକୁ ଯାଇଥିବା ବେଳେ ଡ଼ଙ୍ଗାଟି ଓଲଟି ଓଲଟି ପଡିବାରୁ ଦୁହେଁ ପାଣିରେ ବୁଡି ଯାଇଥିଲେ l

ପରେ ନଣନ୍ଦ ବନି ବେହେରା ସୁରକ୍ଷିତ ଭାବେ ଉଦ୍ଧାର ହେବା ପରେ ଭାଉଜ ପୁଷ୍ପା ବେହେରା ପାଣିରେ ବୁଡି ଯାଇଥିଲେ l ଘଟଣାର ଖବର ପାଇ ଛତ୍ରପୁର ଅଗ୍ନିଶ୍ରମ ବିଭାଗ ଘଟଣା ସ୍ଥଳରେ ପହଞ୍ଚି ମୃତ ପୁଷ୍ପାଙ୍କୁ ଉଦ୍ଧାର କରି ଛତ୍ରପୁର ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି କରିଛନ୍ତି  l

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.