‘ରାଜ୍ୟସଭା ଅଧ୍ୟକ୍ଷଙ୍କୁ ବିନା ସର୍ତ୍ତରେ କ୍ଷମା ମାଗନ୍ତୁ ରାଘବ ଚଢା’, ଜାଣନ୍ତୁ କ’ଣ କହିଲେ ସୁପ୍ରିମ୍‌କୋର୍ଟ

ରାଜ୍ୟସଭାରୁ ନିଲମ୍ବନ ମାମଲାରେ ଆମ୍ ଆଦମୀ ପାର୍ଟିର ସାଂସଦ ରାଘବ ଚଢାଙ୍କୁ ସୁପ୍ରିମକୋର୍ଟ କ୍ଷମା ମାଗିବାକୁ କହିଛନ୍ତି। ଏହି ସମସ୍ୟାର ସମାଧାନ ପାଇଁ କ୍ଷମା ପ୍ରାର୍ଥନାର ରାସ୍ତା ଉପଯୁକ୍ତ ବୋଲି ସୁପ୍ରିମକୋର୍ଟ କହିଛନ୍ତି। କୋର୍ଟ କହିଛନ୍ତି ଯେ ରାଘବ ଚଢା ପ୍ରଥମେ ରାଜ୍ୟସଭା ଅଧ୍ୟକ୍ଷଙ୍କୁ ଭେଟି ଲିଖିତ ଆକାରରେ କ୍ଷମା ମାଗନ୍ତୁ, ଏହାପରେ ଅଧ୍ୟକ୍ଷ ତାଙ୍କ ନିଲମ୍ବନ ପ୍ରତ୍ୟାହାର ଉପରେ ବିଚାର କରିବେ।

କୋର୍ଟଙ୍କ ଆଦେଶ ପରେ ରାଘବ ଚଢାଙ୍କ ତରଫରୁ ତାଙ୍କ ଓକିଲ କହିଛନ୍ତି ଯେ ରାଘବ ଚଢା ରାଜ୍ୟସଭା ଅଧ୍ୟକ୍ଷଙ୍କୁ ବିନା ସର୍ତ୍ତରେ କ୍ଷମା ମାଗିବାକୁ ପ୍ରସ୍ତୁତ ଅଛନ୍ତି। କୋର୍ଟରେ ଶୁଣାଣି ବେଳେ ଏହା ମଧ୍ୟ କୁହାଯାଇଥିଲା ଯେ ପୂରା ମାମଲାରେ ଆପ୍‌ ସାଂସଦ ରାଘବ ଚଢାଙ୍କର ଗୃହର ସମ୍ମାନ ଉପରେ ଆକ୍ରମଣ କରିବାର କୌଣସି ଉଦ୍ଦେଶ୍ୟ ନ ଥିଲା।

ଶୁଣାଣି ସମୟରେ ସୁପ୍ରିମକୋର୍ଟଙ୍କୁ ନିଶ୍ଚିତ କରାଯାଇଥିଲା କି, ରାଘବ ଚଢା ରାଜ୍ୟସଭା ଅଧ୍ୟକ୍ଷଙ୍କୁ ଭେଟିବେ ଏବଂ ବିନା ସର୍ତ୍ତରେ ତାଙ୍କୁ ଲିଖିତ ଆକାରରେ କ୍ଷମା ମାଗିବେ। ଏହାପରେ ଗୃହର ତଥ୍ୟ ଏବଂ ପରିସ୍ଥିତିର ପୃଷ୍ଠଭୂମି ଉପରେ ସହାନୁଭୂତି ପୂର୍ବକ ବିଚାର କରାଯିବ। ପୂରା ମାମଲାରେ ନିର୍ଦ୍ଦେଶ ଦେବା ପରେ ସୁପ୍ରିମକୋର୍ଟ କହିଛନ୍ତି ଯେ ଏହି ମାମଲାର ପରବର୍ତ୍ତୀ ଶୁଣାଣି ଦୀପାବଳି ପରେ ହେବ।

ଏହି ସମୟରେ ସୁପ୍ରିମକୋର୍ଟ କହିଥିଲେ, ରାଘବ ଚଢା ସଦନର ସର୍ବ କନିଷ୍ଠ ସଦସ୍ୟ। ରାଜ୍ୟସଭାରୁ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ନିଲମ୍ବିତ ହେବା ପରେ ରାଘବ ଚଢା ସୁପ୍ରିମକୋର୍ଟଙ୍କ ନିକଟରେ ପହଞ୍ଚିଥିଲେ। ତାଙ୍କ ଉପରେ ବିଶେଷ ଅଧିକାର ଭଙ୍ଗ କରିବାର କୌଣସି ମାମଲା ନାହିଁ ବୋଲି ଚଢା କହିଥିଲେ।

ଗତ ଶୁଣାଣିରେ ସୁପ୍ରିମକୋର୍ଟ ରାଜ୍ୟସଭା ସଚିବାଳୟକୁ ନୋଟିସ ପଠାଇଥିଲେ। ସେତେବେଳେ ସୁପ୍ରିମକୋର୍ଟ କହିଥିଲେ କି, ସଂସଦର ପ୍ରତିନିଧିଙ୍କୁ ତାଙ୍କ ବିଶେଷ ଅଧିକାରକୁ ଧ୍ୟାନରେ ରଖି ଦୀର୍ଘ ସମୟ ପର୍ଯ୍ୟନ୍ତ ନିଲମ୍ବିତ ରଖିବା ଅନୁଚିତ।

You might also like