Below header

ଧାନ କ୍ଷେତରେ ବିଦ୍ୟୁତ୍ ସଂସ୍ପର୍ଶରେ ଆସି ଜଣେ ମୃତ, ଜଣେ ଆହତ

ଭଞ୍ଜନଗର(କେ ନ୍ୟୁଜ):  ଧାନକ୍ଷେତ ନିକଟରେ, ବିଦ୍ୟୁତ୍ ସଂସ୍ପର୍ଶରେ ଆସି, ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଜଣେ ଆହତ ହୋଇଛନ୍ତି । ଗଂଜାମ ଜିଲ୍ଲା ବୁଗୁଡ଼ା ଥାନା ଅନ୍ତର୍ଗତ କହ୍ନେଇପୁର ଗାଁ ନିକଟରେ ଗତରାତିରେ ଘଟିଛି ଏଭଳି ଏକ ଭୟଙ୍କର ଘଟଣା । ମୃତକ ଜଣକ ହେଲେ ଉକ୍ତ ଗ୍ରାମର ଶ୍ରୀକାନ୍ତ ଗୌଡ । ଆହତ ଯୁବକ ପ୍ରକାଶ ଗୈାଡ ବୋଲି ଜଣାପଡିଛି । ଦୁହେଁ ମିଶି ଗତରାତିରେ ନିକଟସ୍ଥ ପୋଖରୀରୁ ଧାନକ୍ଷେତ ଦେଇ ଫେରୁଥିବା ବେଳେ ସଂପୃକ୍ତ ରାସ୍ତାରେ ବିଛାଯାଇଥିବା ବିଦ୍ୟୁତ ତାର ସଂସ୍ପର୍ଶରେ ଆସିଥିଲେ । ଘଟଣା ସ୍ଥଳରେ ଶ୍ରୀକାନ୍ତ ଗୌଡଙ୍କ ମୃତ୍ୟୁ ହୋଇଥିବା ବେଳେ, ପ୍ରକାଶ ଗୈାଡ ଆହତ ହୋଇଥିଲେ ।

ଖବରପାଇ ସ୍ଥାନୀୟ ଲୋକେ, ପ୍ରକାଶଙ୍କୁ ଉଧାର କରି ବୁଗୁଡ଼ା ମେଡିକାଲରେ ଭର୍ତ୍ତି କରିଥିଲେ । ବିଳମ୍ବିତ ରାତି ସୁଦ୍ଧା ଘଟଣା ସ୍ଥଳରେ ଅଗ୍ନିଶମ ବିଭାଗ କର୍ମଚାରୀ ଓ ପୋଲିସ ପହଞ୍ଚି, ମୃତଦେହକୁ ଉଧାର କରି ବୁଗୁଡ଼ା ମେଡିକାଲକୁ ଆଣିଥିଲେ । ତେବେ କୈାଣସି ଦୁର୍ବୃତ୍ତଙ୍କ ଦ୍ଵାରା, ଧାନ କ୍ଷେତ ନିକଟରେ ଏଭଳି ବିଦ୍ୟୁତ ତାର ବିଛାଯାଇଥିବା ସନ୍ଦେହ କରିଛି ପୋଲିସ । ଘଟଣା ସ୍ଥଳରେ ପୋଲିସ ର ତଦନ୍ତ ଜାରି ରହିଥିବା ବେଳେ , ତଦନ୍ତ ପରେ ଘଟଣାର ପ୍ରକୃତ କାରଣ ସ୍ପଷ୍ଟ ହେବବୋଲି , ତଦନ୍ତକାରୀ ଅଧିକାରୀ ଙ୍କ ପକ୍ଷରୁ ସୂଚନା ମିଳିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.