ଜାଣନ୍ତୁ ପାକିସ୍ତାନର ୬ଟି ଅଜବ ନିୟମ କାନୁନ, ଯାହା ଅନ୍ୟ ଦେଶରେ ଦେଖିବାକୁ ମିଳେନି

ପାକିସ୍ତାନରେ କିଛି ମାସ ପୂର୍ବରୁ ଏକ ନିୟମ ଲାଗୁ କରାଯାଇଥିଲା। ପାକିସ୍ତାନର ସିନ୍ଧୁ ପ୍ରାନ୍ତରେ ଏକ ପ୍ରସ୍ତାବ ରଖାଯାଇଥିଲା। ଯାହାକୁ ନେଇ ସାରା ଦୁନିଆରେ ଖୁବ ଚର୍ଚ୍ଚା ହୋଇଥିଲା। ତେବେ ଏହି କାନୁନକୁ ଅବମାନନା କଲେ ଦଣ୍ଡ ଭୋଗିବା ଭଳି ନିୟମ ମଧ୍ୟ ରଖାଯାଇଛି। ପ୍ରଥମ ଦଣ୍ଡଟି ପିଲାଙ୍କର ବିବାହକୁ ନେଇ ରହିଛି। ଆପଣ ଭାବୁଥିବେ ଉଚିତ ବୟସ ସୀମା ପରେ ବିବାହ ପ୍ରଣୟନର କଥା । ଯାହାକି ଏଠି ଟିକେ ଭିନ୍ନ ଧରଣର ରହିଛି। ଏଠାରେ ବିବାହକୁ ନେଇ ରହିଛି କଡ଼ା ନିୟମ । ମାନେ ଏଠାରେ ୧୮ ବର୍ଷରୁ ଉର୍ଦ୍ଧ୍ୱ ବୟସର ସବୁ ପିଲା ବିବାହ କରିବାକୁ ବାଧ୍ୟ। ଯେଉଁମାନେ ଏହି ନିୟମକୁ ମାନିବେନି ସେମାନଙ୍କୁ ସରକାରଙ୍କ ତରଫରୁ ଦଣ୍ଡ ଦେବାର ବ୍ୟବସ୍ଥା ରହିଛି। ପାକିସ୍ତାନ ରାଜନେତାଙ୍କ କହିବା ଅନୁଯାୟୀ, ଏମିତି କରିବା ଦ୍ୱାରା ସମାଜରେ ଖରାପ କାମର ମାତ୍ରା କମିିବ। ବଳାତ୍କାର ମାମଲା କମିଯିବ।

ପାକିସ୍ତାନବାସୀ ବିନା ପରାମର୍ଶରେ କାହାର ବି ଫୋନକୁ ଛୁଇଁ ପାରିବେ ନାହିଁ। ମାନେ ଏଠାରେ କୌଣସି ବ୍ୟକ୍ତି ଅନ୍ୟର ଅନିଚ୍ଛା ସତ୍ତ୍ୱେ ଫୋନ ଛୁଇଁଲେ ତାଙ୍କୁ ଜେଲ ଯିବାକୁ ପଡ଼ିବ । ଭୁଲରେ ବି କେହି ଅନ୍ୟଜଣଙ୍କ ଫୋନ ଛୁଇଁଲେ ତାଙ୍କୁ ମିଳିଥାଏ ସରକାରଙ୍କ ପକ୍ଷ ରୁ କଠୋର ଦଣ୍ଡ। ଏମିତି ଦଣ୍ଡରେ ବ୍ୟକ୍ତି ଜଣଙ୍କୁ ୬ ମାସ ପର୍ଯ୍ୟନ୍ତ ଜେଲ ଦଣ୍ଡ ଭୋଗିବାକୁ ପଡ଼ିଥାଏ।  ଆହୁରି ମଧ୍ୟ ଜାଣନ୍ତୁ , ଆଶ୍ଚର୍ଯ୍ୟ ହୋଇଯିବେ। ପାକିସ୍ତାନ ଏଭଳି ଦେଶ ଯେଉଁଠି କିଛି ଭାଷାକୁ ଆପଣ ଇଂରାଜୀରେ କହିପାରିବେ ନାହିଁ। ମାନେ ସେସବୁ ଶବ୍ଦର ଇଂରାଜୀ ଅନୁବାଦ ଆପଣ କରିପାରିବେ ନାହିଁ। ଏହାକୁ ଅବୈଧ ବୋଲି ଧରାଯାଇଛି। ସେସବୁ ଶବ୍ଦ ହେଉଛି ଆଲ୍ଲା, ମସଜିଦ୍‌ ଓ ରସୁଲ ବା ନବୀ। ଏହି ଶବ୍ଦକୁ ଇଂଲିଶରେ ଟ୍ରାନ୍ସଲେସନ୍‌ କଲେ କଡ଼ା ଦଣ୍ଡ ମିଳିଥାଏ।

ଏଠାରେ ପିଲାଙ୍କ ପଢ଼ାକୁ ନେଇ ମଧ୍ୟ ଅଜବ କାନୁନ ରହିଛି। ପାକିସ୍ତାନର ପଢ଼ା ଉପରେ ଟ୍ୟାକ୍ସ ଦେବାକୁ ପଡ଼ିଥାଏ। ଯଦି କୌଣସି ପିଲାର ପଢ଼ିବାରେ ୨ ଲକ୍ଷ ଟଙ୍କା ଉପରେ ଖର୍ଚ୍ଚ ହୁଏ, ତେବେ ସେହି ଟଙ୍କା ଉପରେ ୫% ଅଧିକ ଟିକସ ଦେବାକୁ ପଡ଼ିଥାଏ। ଶୁଣିବାକୁ ମିଳେ ଯେ, ଏହି କାରଣରୁ ପାକିସ୍ତାନରେ ପିଲାମାନେ ବହୁତ କମ ପାଠ ପଢ଼ିଥାନ୍ତି। ଏହି ଦେଶରେ ଯଦି କେହି ପୁଅ ନିଜ ଗାର୍ଲଫେଣ୍ଡ ସହ ଦେଖାଯାଏ ବା ଧରା ପଡ଼େ ତେବେ ତାକୁ ଜେଲ ଦଣ୍ଡ ମିଳିଥାଏ। ତେଣୁ ଏଠାରେ କେହି ବି ପୁଅ ଝିଅ ସାଙ୍ଗ ହେବାକୁ ମଧ୍ୟ ଡରିଥାନ୍ତି। ମାନେ ବିବାହ ପୂର୍ବରୁ କୌଣସି ପୁଅ ଝିଅ ଏକାଠି ଦେଖାଯିବେ ନାହିଁ।

ତେବେ ଶେଷରେ ଆମେ ଯେଉଁ କଥା କହିବାକୁ ଯାଉଛୁ ହୁଏତ ସେହି କଥା ଆପଣ କେବେ ଜାଣିନଥିବେ। ପାକିସ୍ତାନ ବାସୀଙ୍କୁ ଇସ୍ରାଏଲ ଦେଶକୁ ଯିବାର ବାରଣ କରାଯାଇଛି। ମାନେ ଇସ୍ରାଏଲ ଦେଶକୁ ଯିବାର ପାକିସ୍ତାନରେ କାହାକୁ ବି ଅନୁମତି ନାହିଁ। ଏମିତିକି ପାକିସ୍ତାନ ସରକାର ମଧ୍ୟ ଇସ୍ରାଏଲ ଦେଶକୁ ଯିବା ପାଇଁ ଭିଜା କରନ୍ତି ନାହିଁ। କୌଣସି କାରଣରୁ ଏଭଳି କଠୋର ନିଷ୍ପତ୍ତି ନିଆଯାଇଥିବାର ଶୁଣିବାକୁ ମିଳେ ।

Leave A Reply

Your email address will not be published.