କାର ଧକ୍କାରେ ପାଟଭୁକ୍ତା ମୃତ, ଦଣ୍ଡନାଚ ସାରି ଫେରୁଥିଲେ

କାର ଧକ୍କାରେ ବରଦା ଦଣ୍ଡନାଚ ପାର୍ଟିର ପାଟଭୁକ୍ତାଙ୍କ ମୃତ୍ୟୁ ଘଟିଛି । ମୃତ ପାଟଭୁକ୍ତା ଜଣକ ଗଞ୍ଜାମ ବ୍ଲକ ବରଦା ଗ୍ରାମର କୃଷ୍ଣ ମହାପାତ୍ର ବୋଲି ଜଣାପଡିଛି ।

ଛତ୍ରପୁର :  କାର ଧକ୍କାରେ ବରଦା ଦଣ୍ଡନାଚ ପାର୍ଟିର ପାଟଭୁକ୍ତାଙ୍କ ମୃତ୍ୟୁ ଘଟିଛି । ମୃତ ପାଟଭୁକ୍ତା ଜଣକ ଗଞ୍ଜାମ ବ୍ଲକ ବରଦା ଗ୍ରାମର କୃଷ୍ଣ ମହାପାତ୍ର ବୋଲି ଜଣାପଡିଛି । ଚମାଖଣ୍ଡି ଥାନା ଅଧୀନ ଜଗନ୍ନାଥପୁର ଛକ ଜାତୀୟ ରାଜପଥ ଠାରେ ଗତକାଲି ବିଳମ୍ବିତ ରାତିରେ ଏକ କାର ଧକ୍କାରେ ପାଟଭୁକ୍ତାଙ୍କ ମୃତ୍ୟୁ ଘଟିଛି ।

ଗତକାଲି ବରଦା ଦଣ୍ଡନାଚ ପାର୍ଟି ଖୋଡାସିଙ୍ଗି ଠାରେ ନାଚ ସାରି ସମସ୍ତ ଭୁକ୍ତାଙ୍କ ସହିତ ପାଟଭୁକ୍ତା ଛତ୍ରପୁର ଅଭିମୁଖେ ଚାଲି ଚାଲି ଆସୁଥିବା ବେଳେ ପାଟଭୁକ୍ତାଙ୍କୁ ଏକ କାର ଧକ୍କା ଦେଇଥିଲେ । ଫଳରେ ସେ ଗୁରୁତର ଅବସ୍ଥାରେ ତଳେ ପଡିଯାଇଥିଲେ । ହାଇୱେ ପାଟ୍ରୋଲିଂ ପୁଲିସ୍ ତାଙ୍କୁ ଉଦ୍ଧାର କରି ବ୍ରହ୍ମପୁର ବଡ ମେଡିକାଲ ପଠାଇଥିଲେ । ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.