ସାମ୍ନାକୁ ଆସିଲା ବିଜୟ ଓ ମୃଣାଲଙ୍କ ଫିଲ୍ମ ‘ଦ ଫ୍ୟାମିଲି ଷ୍ଟାର’ ର ପ୍ରଥମ ଦିନରେ ରୋଜଗାର, ଜାଣନ୍ତୁ କେତେ କୋଟି ଟଙ୍କା କଲା କଲେକ୍ସନ୍‌

ପ୍ରଥମ ଥର ପାଇଁ ପରଦାରେ ଏକାଠି କାମ କରିଛନ୍ତି ବିଜୟ ଦେବରକୋଣ୍ଡା ଏବଂ ମୃଣାଲ ଠାକୁର । ଏହି ଦୁଇଜଣ ନିଜ ଅଭିନୟ ଦ୍ୱାରା ସମସ୍ତଙ୍କ ମନ ଜିତିଛନ୍ତି । ପ୍ରଶଂସକମାନେ ଉଭୟଙ୍କ ରୋମାଣ୍ଟିକ୍ କେମେଷ୍ଟ୍ରିକୁ ପସନ୍ଦ କରୁଛନ୍ତି । ଏବେ 'ଦି ଫ୍ୟାମିଲି ଷ୍ଟାର' ରିଲିଜ୍ ହେବା ପରେ ଏହାର ପ୍ରଥମ ଦିନର ରୋଜଗାର ସାମ୍ନାକୁ ଆସିଛି ।

ଲୋକମାନେ ବିଜୟ ଦେବରକୋଣ୍ଡା ଏବଂ ମୃଣାଲ ଠାକୁରଙ୍କ ରୋମାଣ୍ଟିକ ଫିଲ୍ମ ‘ଦ ଫ୍ୟାମିଲି ଷ୍ଟାର’ କୁ ବହୁତ ପସନ୍ଦ କରୁଛନ୍ତି । ଏହି ଫିଲ୍ମ ଦର୍ଶକଙ୍କ ଠାରୁ ବହୁତ ଭଲ ପ୍ରତିକ୍ରିୟା ପାଉଛି । ପ୍ରଥମ ଥର ପାଇଁ ପରଦାରେ ଏକାଠି କାମ କରିଛନ୍ତି ବିଜୟ ଦେବରକୋଣ୍ଡା ଏବଂ ମୃଣାଲ ଠାକୁର । ଏହି ଦୁଇଜଣ ନିଜ ଅଭିନୟ ଦ୍ୱାରା ସମସ୍ତଙ୍କ ମନ ଜିତିଛନ୍ତି । ପ୍ରଶଂସକମାନେ ଉଭୟଙ୍କ ରୋମାଣ୍ଟିକ୍ କେମେଷ୍ଟ୍ରିକୁ ପସନ୍ଦ କରୁଛନ୍ତି । ଏବେ ‘ଦ ଫ୍ୟାମିଲି ଷ୍ଟାର’ ରିଲିଜ୍ ହେବା ପରେ ଏହାର ପ୍ରଥମ ଦିନର ରୋଜଗାର ସାମ୍ନାକୁ ଆସିଛି ।

ପର୍ଶୁରାମ ପୋଟଲାଙ୍କ ନିର୍ଦ୍ଦେଶନାରେ ନିର୍ମିତ ଏହି ଫିଲ୍ମ ଦର୍ଶକଙ୍କ ଭଲ ପ୍ରତିକ୍ରିୟା ପାଇବାରେ ଲାଗିଛି । ତେବେ ଫିଲ୍ମଟି ବକ୍ସ ଅଫିସରେ ଭଲ ରୋଜଗାର କରିଛି । ଫିଲ୍ମ ‘ଦ ଫ୍ୟାମିଲି ଷ୍ଟାର’ ପ୍ରଥମ ଦିନରେ ବକ୍ସ ଅଫିସରେ ଏକ ବଡ଼ କଲେକ୍ସନ୍‌ କରିଛି । ସୂଚନା ଅନୁସାରେ,ଫିଲ୍ମଟି ବକ୍ସ ଅଫିସରେ ଭଲ ଓପନିଙ୍ଗ କରିଥିଲା ଏବଂ ଏହା ପ୍ରଥମ ଦିନରେ ଭାରତରେ ପ୍ରାୟ ୫.୭୫ କୋଟି ଟଙ୍କା ରୋଜଗାର କରିଥିଲା ।

ଏପ୍ରିଲ ୫ ଅର୍ଥାତ ଶୁକ୍ରବାର ଦିନ ଫିଲ୍ମ ‘ଦ ଫ୍ୟାମିଲି ଷ୍ଟାର’ ତେଲୁଗୁ ଭାଷାରେ ମୋଟ ୩୮.୪୫% ରୋଜଗାର କରିଥିଲା । ତେବେ ସୋ’ଟାଇମ୍ ଅନୁଯାୟୀ, ସକାଳ ସୋରେ ୩୭.୨୧%, ଅପରାହ୍ନରେ ସୋ ୪୦.୮୫%, ସନ୍ଧ୍ୟା ସୋ ୩୪.୮୧%ଏବଂ ନାଇଟ୍ ସୋ ୪୦.୯୨% ଟଙ୍କା ରୋଜଗାର କରିଛି । ପ୍ରଥମ ଆକଳନ ଅନୁଯାୟୀ, ଫିଲ୍ମ ‘ଫ୍ୟାମିଲି ଷ୍ଟାର’ ଦ୍ୱିତୀୟ ଦିନରେ ପ୍ରାୟ ସମସ୍ତ ଭାଷାରେ ୦.୦୪ କୋଟି ଟଙ୍କା କଲେକ୍ସନ କରି ମୋଟ ୫.୭୯ କୋଟି ଟଙ୍କା ରୋଜଗାର କରିଛି ।

ବିଜୟ ଦେବରକୋଣ୍ଡା ଏବଂ ମୃଣାଲ ଠାକୁରଙ୍କ ଅଭିନୀତ ରୋମାଣ୍ଟିକ ଫିଲ୍ମ ‘ଦ ଫ୍ୟାମିଲି ଷ୍ଟାର’ ବହୁତ ଦିନ ଧରି ଚର୍ଚ୍ଚାରେ ଥିଲା । ତେବେ ବିଜୟ ଦେବରକୋଣ୍ଡା ଏବଂ ମୃଣାଲ ଠାକୁରଙ୍କୁ ‘ଦ ଫ୍ୟାମିଲି ଷ୍ଟାର’ ରେ ମୁଖ୍ୟ ଭୂମିକାରେ ଦେଖିବାକୁ ମିଳିଥିଲା । ବିଜୟ ଦେବରକୋଣ୍ଡାଙ୍କ ସହ ଏହା ହେଉଛି ନିର୍ଦ୍ଦେଶକ ପର୍ଶୁରାମଙ୍କର ଦ୍ୱିତୀୟ ଫିଲ୍ମ । ଏହି ଫିଲ୍ମରେ ଦିବ୍ୟଶା କୌଶିକ, ଅଜୟ ଘୋଷ ଏବଂ ବାସୁକି ଭଳି ଅଭିନେତା ମଧ୍ୟ ଅଭିନୟ କରିଛନ୍ତି । ଏବେ ଦେଖିବାରେ ଅଛି ଏହି ଫିଲ୍ମଟି ଆଗକୁ ଯାଇ କେତେ କଲେକ୍ସନ୍‌ କରୁଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.