Below header

ପ୍ରାଇମେରୀ ସ୍କୁଲ ପ୍ରଶ୍ନ ପତ୍ର ଲିକ ଘଟଣା, ଆସିଷ୍ଟାଣ୍ଟ ଶିକ୍ଷକ ଗିରଫ

ପ୍ରାଇମେରୀ ସ୍କୁଲ ପ୍ରଶ୍ନ ପତ୍ର ଲିକ ଘଟଣାରେ ସ୍କୁଲର ଆସିଷ୍ଟାଣ୍ଟ ଶିକ୍ଷକକୁ ଗିରଫ କଲା ସାଇବର ଥାନା ପୋଲିସ । ଆସିଷ୍ଟାଣ୍ଟ ଶିକ୍ଷକ ହେଲେ ଜଗନ୍ନାଥ କର । ପ୍ରଥମରୁ ସପ୍ତମ ପର୍ଯ୍ୟନ୍ତ ପ୍ରଶ୍ନପତ୍ରକୁ ନିଜ ୟୁଟ୍ୟୁବରେ ଭାଇରଲ କରିଥିଲେ ଜଗନ୍ନାଥ ।

ଭୁବନେଶ୍ୱର : ପ୍ରାଇମେରୀ ସ୍କୁଲ ପ୍ରଶ୍ନ ପତ୍ର ଲିକ ଘଟଣାରେ ସ୍କୁଲର ଆସିଷ୍ଟାଣ୍ଟ ଶିକ୍ଷକକୁ ଗିରଫ କଲା ସାଇବର ଥାନା ପୋଲିସ । ଆସିଷ୍ଟାଣ୍ଟ ଶିକ୍ଷକ ହେଲେ ଜଗନ୍ନାଥ କର । ପ୍ରଥମରୁ ସପ୍ତମ ପର୍ଯ୍ୟନ୍ତ ପ୍ରଶ୍ନପତ୍ରକୁ ନିଜ ୟୁଟ୍ୟୁବରେ ଭାଇରଲ କରିଥିଲେ ଜଗନ୍ନାଥ । ନିଜର ୟୁଟୁବ ଭି୍ୟୁ ବଢାଇବା ପାଇଁ ସ୍ତ୍ରୀ ଙ୍କ ସହ ମିଶି ଏମିତି କରିଥିଲେ ଜଗନ୍ନାଥ ।

ନିଜର ୟୁଟ୍ୟୁବ ଚାନେଲ ପ୍ରୋ-ଆନ୍ସରରେ ପ୍ରଶ୍ନପତ୍ର ଲିକ କରିଥିଲେ । ଏନେଇ ଓସେପା ପକ୍ଷରୁ ୧୮ ମାର୍ଚ୍ଚରେ ସାଇବର ଥାନାରେ ଅଭିଯୋଗ ହୋଇଥିଲା । ତଦନ୍ତ ବେଳେ ପ୍ରାଇମେରୀ ସ୍କୁଲର କିଛି ପ୍ରଶ୍ନ ପତ୍ର ଲିକ ନେଇ ସୁରାକ ପାଇଥିଲା ପୋଲିସ । ସମୀର ଏଜୁକେସନ ନାମରେ ଏକ ୟୁଟ୍ୟୁବ ଚାନେଲ ଏହି କାମ କରିଥିବା ପ୍ରମାଣ ପାଇଥିଲା ପୋଲିସ ।

ଏହି ୟୁଟୁବର ମାଲିକ ସମୀର ସାହୁଙ୍କୁ ଗିରଫ କରିଥିଲା ପୋଲିସ, ଯାହାଙ୍କ ଘର ଗଂଜାମର ରମ୍ଭାରେ ବୋଲି ଜଣାପଡିଛି । ସମୀରଙ୍କୁ ପଚରାଉଚରା ବେଳେ ପ୍ରୋ ଆନ୍ସର ଚେନଲ ଲିଙ୍କ ସାମ୍ନାକୁ ଆସିଥିଲା । ପ୍ରୋ ଆନ୍ସର ଚାନେଲ ଜଗନ୍ନାଥ ନିଜ ପତ୍ନୀଙ୍କ ନାମରେ ଚଳାଇ ଥିଲା ।

ପରୀକ୍ଷା ପାଇଁ ଓସେପା ପକ୍ଷରୁ ଯେଉଁ ପ୍ରଶ୍ନପତ୍ର ଦିଆଯାଇଥିଲା, ତାକୁ ନେଇ ପତ୍ନୀ ଋତୁପୂର୍ଣାକୁ ଦେଇଥିଲେ ଜଗନ୍ନାଥ । exclusive ଓ ଭି୍ୟୁ ପାଇଁ ନିଜର ୟୁଟ୍ୟୁବ ଚାଲେନରେ ପ୍ରସାରଣ କଲେ । ଜଗନ୍ନାଥ ଗିରଫ ପରେ ମୋବାଇଲ ଫୋନ ଜବତ ହୋଇଛି । ୟୁଟୁବ ରେ ସବୁ ଭିଡ଼ିଓ ଜବତ ହୋଇଥିବା ଜଣାପଡିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.