ବଜ୍ରାଘାତରେ ଜଣେ ଛାତ୍ର ମୃତ, ୨ ଗୁରୁତର

ନୟାଗଡ ଜିଲ୍ଲା ଫତେଗଡ଼ ଥାନା ଅଧୀନ ଭାଲୁଖାଇ ଗ୍ରାମରେ ବଜ୍ରପାତରେ ଜଣେ ଛାତ୍ରଙ୍କର ମୃତ୍ୟୁ ହୋଇଥିବା ସୁଚନା ମିଳିଛି। ମୃତ ଛାତ୍ର ଜଣକ ନରେଶ ନାୟକଙ୍କର ପୁଅ ସର୍ବେଶ୍‌ର ନାୟକ (୧୦)। ସେହିପରି ଆହତ ଦୁଇ ୨ଜଣ ହେଲେ ସେହି ଗ୍ରାମର ପତିତ ନାୟକ (୪୨) ଏବଂ କାଳନ୍ଦି ନାୟକଙ୍କର ପୁଅ ଚନ୍ଦନ ନାୟକ (୧୨)।

ନୟାଗଡ (କେନ୍ୟୁଜ ):  ନୟାଗଡ ଜିଲ୍ଲା ଫତେଗଡ଼ ଥାନା ଅଧୀନ ଭାଲୁଖାଇ ଗ୍ରାମରେ ବଜ୍ରପାତରେ ଜଣେ ଛାତ୍ରଙ୍କର ମୃତ୍ୟୁ ହୋଇଥିବା ସୁଚନା ମିଳିଛି। ମୃତ ଛାତ୍ର ଜଣକ ନରେଶ ନାୟକଙ୍କର ପୁଅ ସର୍ବେଶ୍‌ର ନାୟକ (୧୦)। ସେହିପରି ଆହତ ଦୁଇ ୨ଜଣ ହେଲେ ସେହି ଗ୍ରାମର ପତିତ ନାୟକ (୪୨) ଏବଂ କାଳନ୍ଦି ନାୟକଙ୍କର ପୁଅ ଚନ୍ଦନ ନାୟକ (୧୨)।

ସ୍ଥାନୀୟ ବାସିନ୍ଦାଙ୍କ କହିବା ଅନୁସାରେ ଗ୍ରାମରେ ଜେସିବି ଯୋଗେ ଏକ ପୋଖରୀ ଖୋଳା ହେଉଥିବା ବେଳେ ସେଠାରେ ବହୁଲୋକ ଜମା ହୋଇଥିଲେ। ତେବେ ଅପରାହ୍ନରେ କାଳବୈଶାଖୀ ପ୍ରଭାବରେ ହଠାତ ବଜ୍ରପାତ ସହିତ ପ୍ରବଳ ବର୍ଷା ଯୋଗୁଁ ଗୋଟିଏ ଗଛ ମୂଳରେ ସମସ୍ତେ ଆଶ୍ରୟ ନେଇଥିଲେ।

ଏହି ସମୟରେ ଅକସ୍ମାତ ବଜ୍ରାଘାତ ଯୋଗୁଁ ସର୍ବେଶ୍‌ର ଟଳି ପଡିଥିବା ବେଳେ ଅନ୍ଯମାନେ ଆହତ ହୋଇଥିବା ନେଇ ସୂଚନା ମିଳିଛି। ପରିବାର ଲୋକେ ସର୍ବେଶ୍‌ରଙ୍କୁ ଭାପୁର ଗୋଷ୍ଠୀ ସ୍‌ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଇଥିବା ବେଳେ ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ। ଅନ୍ଯପକ୍ଷରେ ଗୁରୁତର ଆହତ ଅନ୍ଯ ଦୁଇ ଜଣଙ୍କୁ ଭୁବନେଶ୍‌ର ସ୍ଥାନାନ୍ତର କରାଯାଇଥିବା ନେଇ ସୂଚନା ମିଳିଛି।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.