ମାଆକୁ ସ୍କୁଟରରେ କରାଇଲେ ଭାରତ ଯାତ୍ରା, ମାଆ କହିଲେ ପୁଅ ମୋର ଶ୍ରବଣ କୁମାର

ବୟସ୍କ ମାଆକୁ ସ୍କୁଟରରେ କରାଇଲେ ଭାରତ ଯାତ୍ରା । ବାପା ଦେଇଥିବା ସ୍କୁଟରରେ ମାଆଙ୍କୁ ଭାରତରେ ଥିବା ସମସ୍ତ ତୀର୍ଥ ଭ୍ରମଣ କରାଇଛନ୍ତି । ଏହି ସ୍କୁଟରରେ ସେ ଭୁଟାନ, ମିଆଁମାର ଓ ନେପାଳ ପର୍ଯ୍ୟନ୍ତ ଯାତ୍ରା କରିଛନ୍ତି ।

କେନ୍ୟୁଜ୍‌(ବ୍ୟୁରୋ): ବୟସ୍କ ମାଆକୁ ସ୍କୁଟରରେ କରାଇଲେ ଭାରତ ଯାତ୍ରା । ମାଆକୁ ତୀର୍ଥଯାତ୍ରା କରାଇବା ପାଇଁ ଛାଡ଼ିଲେ ଇଞ୍ଜିନିୟରିଂ ଚାକିରି । ଆଉ ଶପଥ ନେଲେ ବାପା ଦେଇଥିବା ସ୍କୁଟରରେ ମାଆଙ୍କୁ ଭାରତରେ ଥିବା ସମସ୍ତ ତୀର୍ଥ ଭ୍ରମଣ କରାଇବେ । ଆଉ ବନିଗଲେ ଆଉଏକ ଶ୍ରବଣ କୁମାର ।

ଏହି ଶ୍ରବଣ କୁମାର ହେଲେ ୪୪ ବର୍ଷିୟ କମ୍ପ୍ୟୁଟର ଇଞ୍ଜିନିୟର ଦକ୍ଷିଣାମୂର୍ତ୍ତୀ କ୍ରିଷ୍ଣା କୁମାର । କର୍ଣ୍ଣାଟକ ମହିସୁରରେ ତାଙ୍କର ଘର । ତାଙ୍କ ମାଆଙ୍କୁ ଏବେ ୭୩ବର୍ଷ ବୟସ ହେଉଛି । ୨୦୧୮ରୁ ସେ ତାଙ୍କ ଯାତ୍ରା ଆରମ୍ଭ କରିଥିବା ବେଳେ କନ୍ୟାକୁମାରୀଠୁ କାଶ୍ମିର ପର୍ଯ୍ୟନ୍ତ ବୁଲାଇଛନ୍ତି ତାଙ୍କ ମାଆଙ୍କୁ । ଏହାସହ ସେ କହିଛନ୍ତି ତାଙ୍କ ମାଆଙ୍କ ସହ ଏହି ସ୍କୁଟରରେ ସେ ଭୁଟାନ, ମିଆଁମାର ଓ ନେପାଳ ପର୍ଯ୍ୟନ୍ତ ଯାତ୍ରା କରିଛନ୍ତି ।

କ୍ରିଷ୍ଣା କୁମାରଙ୍କ ମାଆଙ୍କ ଇଚ୍ଛା ଥିଲା ଆଖପାଖରେ ଥିବା ମନ୍ଦିର ସବୁ ଦର୍ଶନ କରିବେ । ୨୦୧୫ରେ ତାଙ୍କ ବାପାଙ୍କ ଦେହାନ୍ତ ପରେ ସେ ଓ ତାଙ୍କ ମାଆ ବେଙ୍ଗାଲୁରୁ ଚାଲି ଯାଇଥିଲେ । ସେଠାରେ ସେ କମ୍ପ୍ୟୁଟର ଇଞ୍ଜିନିୟର ଭାବେ କାମ କରୁଥିଲେ । ମାଆଙ୍କ ଇଚ୍ଛା ପୁରଣ କରିବା ପାଇଁ ସାରା ଦେଶରେ ଥିବା ମନ୍ଦିର ଦର୍ଶନ କରାଇବାର ଶପଥ ନେଇଥିଲେ । ସେ ତାଙ୍କ ମାଆଙ୍କ ସହ ସ୍କୁଟରରେ ୬୭ ହଜାର ୪୧୨ କିଲୋମିଟର ଯାତ୍ରା କରିଛନ୍ତି । ଏହାସହ ସେ ବିବାହ ନକରିବାର ନିଷ୍ପତି ନେଇଥିଲେ । ତାଙ୍କ ମାଆ କିନ୍ତୁ କହିଛନ୍ତି ଏପରି ପୁଅ ସମସ୍ତ ମାଆ ବାପାଙ୍କୁ ମିଳୁ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.