ଏୟାରଟେଲରେ ଏହି ପ୍ଳାନରେ ମାତ୍ର ୪୫୫ ଟଙ୍କା ଖର୍ଚ୍ଚ କରି ଉଠାଇପାରିବେ ୮୪ ଦିନ ପର୍ଯ୍ୟନ୍ତ ଅନଲିମିଟେଡ ଫାଇଦା

ଏୟାରଟେଲର ବେଷ୍ଟ ପ୍ରିପେଡ ପ୍ଳାନ। ମାତ୍ର ୪୫୫ ଟଙ୍କାରେ ଦେଉଛି ଏତେସାରା ବେନିଫିଟ୍ସ । ବୈଧତା ରହୁଛି ଏକାଥରେ ୮୪ ଦିନ। ଯଦି ଏହି ପ୍ଲାନ ସମ୍ପର୍କରେ ଜାଣିନାହାନ୍ତି ତେବେ ଶୀଘ୍ର ଚେକ କରି ଫାଇଦା ଉଠାନ୍ତୁ।

ଏୟାରଟେଲର ବେଷ୍ଟ ପ୍ରିପେଡ ପ୍ଳାନ। ମାତ୍ର ୪୫୫ ଟଙ୍କାରେ ଦେଉଛି ଏତେସାରା ବେନିଫିଟ୍ସ । ବୈଧତା ରହୁଛି ଏକାଥରେ ୮୪ ଦିନ। ଯଦି ଏହି ପ୍ଲାନ ସମ୍ପର୍କରେ ଜାଣିନାହାନ୍ତି ତେବେ ଶୀଘ୍ର ଚେକ କରି ଫାଇଦା ଉଠାନ୍ତୁ।

ଆଜିର ସ୍ମାର୍ଟଫୋନ ଯୁଗରେ ଇଣ୍ଟରନେଟ ସମସ୍ତଙ୍କ ପାଇଁ ନିହାତି ଜରୁରୀ । ଡାଟା ସରିଗଲେ କଥା ସରିଲା । ଦିନ ହେଉ କି ରାତି ହେଉ ନିଜ ନିଜର ମୋବାଇଲରେ ସମସ୍ତେ ଆବଶ୍ୟକତାଠାରୁ ଅଧିକ ଡାଟା ପ୍ୟାକ୍ ପକାଉଛନ୍ତି । ତେବେ ଗ୍ରାହକଙ୍କ ଚାହିଦାକୁ ଦୃଷ୍ଟିରେ ରଖି ଟେଲିକମ୍ କମ୍ପାନୀମାନେ ନିୟମିତ ବ୍ୟବଧାନରେ ଖାସ୍ ଅଫର୍ ସବୁ ଲଞ୍ଚ କରୁଛନ୍ତି । ତେବେ ଯଦି ଆପଣମାନେ ଏକ ବେଷ୍ଟ ପ୍ଲାନ ସନ୍ଧାନରେ ରହିଛନ୍ତି ତେବେ ଆପଣଙ୍କ ପାଇଁ ଏକ ବଢ଼ିଆ ସୁଯୋଗ ଆସିଛି ।

ନିକଟରେ ଗ୍ରାହକଙ୍କ ପାଇଁ ଏକ ଟେଲିକମ୍ କମ୍ପାନୀ ବଢ଼ିଆ ପ୍ଲାନ୍ ଲଞ୍ଚ କରିଛି । ଏହି ପ୍ଲାନର କଷ୍ଟ ମାତ୍ର ୪୫୫ ଟଙ୍କା ରହିଥିବା ବେଳେ ଏହାର ଭାଲିଡିଟି ୮୪ ଦିନ ପର୍ଯ୍ୟନ୍ତ ରହିଛି । ଏହି ପ୍ଲାନରେ ୟୁଜର୍ସଙ୍କୁ ଅନେକ ବେନିଫିଟ ମିଳୁଛି । ଏହି ପ୍ଲାନରେ ଆପଣଙ୍କୁ ହାଇସ୍ପିଡ ଇଣ୍ଟରନେଟ ସେବା ସହିତ ୬ ଜିବିର ଡାଟା ମିଳିବ । ଯେଉଁମାନେ ଘରମାନଙ୍କରେ ୱାଇ-ଫାଇ ସଂଯୋଗ କରିଥିବେ ସେମାନଙ୍କ ପାଇଁ ଏହି ପ୍ଲାନ ବେଷ୍ଟ ରହିବ ।

ଡାଟା ବ୍ୟତୀତ ଆପଣଙ୍କୁ ଫ୍ରି’ରେ ଅନଲିମିଟେଡ୍ ଲୋକାଲ ଓ ଏସଟିଡି କଲିଂ ସୁବିଧା ମିଳିବ । ଏହି ପ୍ଲାନରେ ଆପଣଙ୍କୁ ମୋଟ ୯୦୦ଟି ଏସଏମଏସ୍ ସୁବିଧା ମିଳିବ । ଏହି ପ୍ଲାନରେ ଆପଣଙ୍କୁ ଫାଷ୍ଟ ଟ୍ୟାଗରେ ୧୦୦ ଟଙ୍କାର କ୍ୟାଶବ୍ୟାକ, ୩ ମାସର ଆପୋଲୋ ୨୪/୭ ସର୍କଲ ମେମ୍ବରଶିପ, ଫ୍ରି ୱିକ ମ୍ୟୁଜିକ ଓ ହ୍ୟାଲୋ ଟ୍ୟୁନ ଫାଇଦା ମିଳୁଛି । ତେଣୁ ବିଳମ୍ବ ନକରି ଆପଣମାନେ ଏହି ପ୍ଲାନର ସୁବିଧା ନିଅନ୍ତୁ । ଏୟାରଟେଲ ପକ୍ଷରୁ ଏହି ସୁବିଧା ପ୍ରଦାନ କରାଯାଉଛି ।

ତେବେ ଏଭଳି ପ୍ଳାନ ଜିଓ ଟେଲିକମ କମ୍ପାନୀ ମଧ୍ୟ ଅଫର କରୁଛି। ଜିଓର ୩୯୫ ଟଙ୍କା ପ୍ଲାନ ଏୟାରଟେଲ ଭଳି କମ ଦାମରେ ୮୪ ଦିନର ବୈଧତା ପ୍ରଦାନ କରୁଛି। ଏହି ପ୍ଲାନରେ ୬ଜିବି ଡାଟା, ଅନଲିମିଟେଡ କଲିଂ ସୁବିଧା ମିଳୁଛି। ତେବେ ଭଲ କଥା ହେଉଛି ଏଥିରେ ୧୦୦ ମେସେଜ ଏକ୍ସଟ୍ରା ଦେଉଛି। ମାନେ ମୋଟ ଆପଣ ଏଥିରେ ୧୦୦୦ ମେସେଜ ସୁବିଧା ପାଇବେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.