କାର କିଣିବେ କି? ତେବେ ଘରେ ବସି ଏପରି ଚେକ କରନ୍ତୁ Car Loan ଓ EMI

କାର କିଣିବାର ସହଜ ଟିପ୍ସ। ଯଦି ଆପଣଙ୍କର ପୂର୍ବରୁ ହିଁ କାର ଲୋନ ଅଛି ଓ ପରେ ଇଏମଆଇକୁ ନେଇ ରଫ ଆଇଡ଼ିଆ ନେବାକୁ ଚାହାଁନ୍ତି ତେବେ ଆପଣ ଘରେ ବସି ଏହା କରିପାରିବେ। 

କାର କିଣିବା ଏକ ବହୁତ ବଡ଼ ନିଷ୍ପତ୍ତି। ଆଉ ଏଥିରେ ଖର୍ଚ୍ଚ ମଧ୍ୟ ଢ଼େର ହୋଇଥାଏ। ଭାରତରେ ଶସ୍ତା କାର କିଣିବା ପାଇଁ ଅତି କମରେ ୪.୫ ଲକ୍ଷ ଟଙ୍କା କିମ୍ବା ତାଠାରୁ ଅଧିକ ଖର୍ଚ୍ଚ ହେବ। ଏମିତିରେ ଲୋକ କୋଟି କୋଟି ଟଙ୍କା ଦେଇ ବିଳାସପୂର୍ଣ୍ଣ ଗାଡ଼ି କିଣିଥାନ୍ତି। ଅନେକ ଅଛନ୍ତି ଯେଉଁମାନେ ଏତେ ଟଙ୍କା ଦେଇ ମଧ୍ୟ ଗାଡ଼ି କିଣିଥାନ୍ତି। କାର କିଣିବାରେ ଖର୍ଚ୍ଚ ଅଧିକ ହୋଇଥାଏ। ତେଣୁ ଅଧିକାଂଶ ଲୋକ କାର ପାଇଁ କାର ଲୋନ ନେଇଥାନ୍ତି। ଯେବେ ଲୋନ ନିଆଯାଏ ତେବେ ତାହାକୁ ଭରିବାକୁ ପଡ଼ିଥାଏ। ଲୋନ ସବୁ ମାସରେ କିସ୍ତି ଆକାରରେ ଭରିବାକୁ ପଡ଼େ । ଯାହାକୁ ଆମେ EMI କୁହନ୍ତି ।

ସାଧାରଣ ଭାବେ ବ୍ୟକ୍ତି କାର ଲୋନ ବ୍ୟାଙ୍କର ୁ ନେଇଥାଏ। ଯେବେ ବ୍ୟାଙ୍କରୁ ଆପଣ ଲୋନ ନେଇଥାନ୍ତି ତେବେ ବ୍ୟାଙ୍କ ରିପ୍ରେଜେଣ୍ଟେଟିଭ ଲୋନ ସହ ଜଡ଼ିତ ସବୁ କଥା କହିଥାଏ। କିନ୍ତୁ ଯଦି ଆପଣଙ୍କର ପୂର୍ବରୁ ହିଁ କାର ଲୋନ ଅଛି ଓ ପରେ ଇଏମଆଇକୁ ନେଇ ରଫ ଆଇଡ଼ିଆ ନେବାକୁ ଚାହାଁନ୍ତି ତେବେ ଆପଣ ଘରେ ବସି ଏହା କରିପାରିବେ। ଏହାପାଇଁ ପ୍ରଥମେ ବ୍ୟାଙ୍କ ର େଓ୍ଵବସାଇଟ କୁ ଯାଆନ୍ତୁ ଯେଉଁଠୁ ଆପଣ ଲୋନ ନେବେ। ବ୍ୟାଙ୍କ େଓ୍ଵବସାଇଟରେ କାର ଲୋନ ଇଣ୍ଟରେଷ୍ଟ ରେଟ ବା ସୁଧ ଦର ର ସବୁ ତଥ୍ୟ ମିଳିଯିବ।

ଏହାପରେ ଆପଣ ଗୁଗଲ ଯାଇ Car Loan EMI Calculator ଲେଖି ସର୍ଚ୍ଚ କରନ୍ତୁ। ଏବେ ଆପଣଙ୍କ ପାଖରେ ଅନେକ ଭିନ୍ନ ଭିନ୍ନ େଓ୍ଵବସାଇଟ ଆସିବ। ଯେଉଁଠି ଆପଣ ସହଜରେ ଜାଣିପାରିବେ। ଏହାମଧ୍ୟରୁ ଗୋଟିଏକ ୁ ଚୁଜ କରନତ୍‌ୁ। ପରେ କାଲକୁଲେଟର ଓପନ ହେବ ।ଏଥିରେ ଜରୁରୀ ତଥ୍ୟ ଭରନ୍ତ।ୁ ଯେମିତିକି ଆପଣଙ୍କୁ କେତେ ଟଙ୍କାର ଲୋନ ନେବାକୁ ପଡ଼ିବ। ସୁଧ ଦର କଣ ରହିବ। କେତେ ସମୟ ପାଇଁ ଲୋନ ନେବେ ?

ଏସମସ୍ତ ତଥ୍ୟ ଭରିବା ପରେ ଆପଣଙ୍କ ପାଖକୁ ଇଏମଆଇ ର ଡିଟେଲ ଆସିବ। ଏଥିରେ ଆପଣ ଜାଣିପାରିବେ ଯେ ଯଦି ଆପଣ କାର ଲୋନ ନେଉଛନ୍ତି ତେବେ ଆପଣଙ୍କୁ କେତେ ଇଏମଆଇ ଭରିବାକୁ ହେବ। ଏମିତି ଆପଣ ଅଲଗା ଅଲଗା ଲୋନ ଆମାଉଣ୍ଟ ଓ ଭିନ୍ନ ଭିନ୍ନ ବ୍ୟାଙ୍କଦ୍ୱାରା ନିଆଯାଉଥିବା ସୁଧ ଦର ମଧ୍ୟ ଜାଣିପାରିବେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.