Below header

ଶୌଚ ହେବାକୁ ଯାଇଥିବା ବେଳେ ପୋଖରୀରେ ବୁଡି ଜଣେ ମୃତ

ଘଟଗାଁ(କେ ନ୍ୟୁଜ):   କେନ୍ଦୁଝର ଜିଲ୍ଲା ଘଟଗାଁ ଥାନା ଅନ୍ତର୍ଗତ କୁମୁଳାବହାଳି ଗ୍ରାମରେ ଶୌଚ ହେବାକୁ ଯାଇ ପୋଖରୀରେ ବୁଡି ଜଣେ ବ୍ୟକ୍ତିଙ୍କର ମୃତ୍ୟୁ ଘଟିଛି । ମୃତ ବ୍ୟକ୍ତି ଗ୍ରାମର ଭାସ୍କର ବେଣ୍ଟକାର ବୋଲି ଜଣାପଡିଛି । ଶୌଚ ହେବାକୁ ଯାଇ କୈାଣସି କାରଣରୁ ପୋଖରୀରେ ଖସିପଡି ଗଭୀର ପାଣିରେ ବୁଡି ଯାଇଥିଲେ ।

ବିଳମ୍ବିତ ରାତି ଯାଏ ଭାସ୍କର ଘରକୁ ନଫେରିବାରୁ ପରିବାର ଲୋକେ ବହୁ ଖୋଜାଖୋଜି କରିବା ପରେ ତାଙ୍କୁ ପୋଖରୀ ଭିତରୁ ଉଦ୍ଧାର କରିଥିଲେ । ତେବେ ପୋଖରୀରୁ ଉଦ୍ଧାର କରିବା ପୂର୍ବରୁ ଭାସ୍କରଙ୍କ ମୃତ୍ୟୁ ଘଟିଥିଲା । ଖବର ପାଇ ଘଟଗାଁ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ମୃତଦେହକୁ ଜବତ କରି ପାଟଣାରେ ଶବ ବ୍ୟବଚ୍ଛେଦ କରାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.