ନରସିଂହପୁର ସାଗର ଗ୍ରାମରେ କାର ଓ ବାଇକ ମୁହା ମୁହିଁ ଧକ୍କା, ଜଣେ ଆହତ ୨ ଗୁରୁତର

ନରସିଂହପୁର(କେନ୍ୟୁଜ୍):କଟକ ଜିଲ୍ଲା ନରସିଂହପୁର ବ୍ଲକ ସାଗର ଗ୍ରାମରେ କାର ଓ ବାଇକ ମୁହା ମୁହିଁ ଧକ୍କା। ୧ ଗୁରୁତର ଓ ୨ ଆହତ। ଗୁରୁତର ଭିତରୁ ଜଣେ ଡିମିରିଆ ଗ୍ରାମର ହୋଇଥିବା ବେଳେ ଆଉ ଜଣେ ସେହି ସାଗର ଗ୍ରାମର ବୋଲି ଜଣା ପଡିଛି।
ସୂଚନା ମୁତାବକ ଏକ କାର ଦ୍ରୁତ ଗତିରେ ଆସି ଭାରସାମ୍ୟ ହରାଇ ବିପରୀତ ଦିଗରୁ ଆସୁଥିବା ଗାଡ଼ି ସହ ଧକାଦେଇ ଚାଲିଯାଇଥିଲା । ଫଳରେ ଜଣେ ବାଇକ ଚାଳକ ଓ ଜଣେ ସାଇକେଲ ଚାଳକ ଗୁରୁତର ହୋଇଥିଲେ। ସ୍ଥାନୀୟ ଲୋକଙ୍କ ସହାୟତାରେ ସେମାନଙ୍କୁ ଡାକ୍ତରଖାନାକୁ ପଠା ଯାଇଛି ।