Below header

ଢେଙ୍କାନାଳ: ସାଇକେଲକୁ ଧକ୍କା ଦେଲା ଟ୍ରକ୍, ଜଣେ ମୃତ

କାମାକ୍ଷାନଗର(କେନ୍ୟୁଜ୍): ଢେଙ୍କାନାଳ ଜିଲ୍ଲା ଭୁବନ ଥାନା ଅନ୍ତର୍ଗତ ଜାତୀୟ ରାଜପଥ ୫୩ ଗଡନୃସିଂହପ୍ରସାଦ ଛକ ନିକଟରେ ମର୍ମଦୁନ୍ତ ସଡକ ଦୁର୍ଘଟଣା। ସାଇକେଲକୁ ଧକ୍କା ଦେଲା ଟ୍ରକ। ଦୁର୍ଘଟଣାରେ ପ୍ରାଣ ହରାଇଲେ ସାଇକେଲ ଆରୋହୀ।

ମୃତକ ବାସୁଦେଇପୁର ଗ୍ରାମର ରମେଶ ଭୂୟାଁ (୬୨) । ସେ ସକାଳୁ ତାଙ୍କ ଘରୁ ସାଇକେଲରେ ଦୋକାନକୁ ଆସୁଥିବା ସମୟରେ ଏକ ଦଶଚକିଆ ଟ୍ରକ ଦ୍ରୁତଗତିରେ ଆସି ଧକ୍କା ଦେଇଥିଲା। ରମେଶ ଜଣେ ଅତି ଗରିବ ଶ୍ରେଣୀର ହୋଇଥିବାବେଳେ, ପରିବାର କହିଲେ ତାଙ୍କ ସ୍ତ୍ରୀ, ଏ ଜଣେ ଭିନ୍ନକ୍ଷ୍ୟମ ପୁଅ ଓ ଛୋଟ ଝିଅଟିଏ।

ଏହି ଦୁର୍ଘଟଣାକୁ ନେଇ ଘଟଣାସ୍ଥଳରେ ଉତେଜନା ଦେଖିବାକୁ ମିଳିଛି। କ୍ଷତିପୂରଣ ଦାବିରେ ମୃତଦେହକୁୁ ରାସ୍ତା ଉପରେ ରଖି ରାସ୍ତା ଅବରୋଧ କରିଛନ୍ତି ସ୍ଥାନୀୟ ଲୋକ। ଅନ୍ୟପଟେ ଟ୍ରକକୁ ଜବତ କରିବା ସହ ଡ୍ରାଇଭରକୁ ଅଟକ ରଖିଛି ଭୁବନ ପୋଲିସ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.