Below header

ଢେଙ୍କାନାଳ ସଦର ରେଞ୍ଜ ବଳରାମପୁର ଗାଁରେ ଦନ୍ତା ହାତୀ ଆକ୍ରମଣରେ ଜଣଙ୍କ ମୃତ୍ୟୁ

ଢେଙ୍କାନାଳ(କେନ୍ୟୁଜ୍): ଦନ୍ତା ହାତୀ ଆକ୍ରମଣରେ ଜଣଙ୍କ ମୃତ୍ୟୁ । ଢେଙ୍କାନାଳ ସଦର ରେଞ୍ଜ ବଳରାମପୁର ଗାଁ ନିକଟ ବଗିଚାରେ ହାତୀ ଆକ୍ରମଣରେ ସୁରେନ୍ଦ୍ର ପରିଡ଼ାଙ୍କ ନାମକ ବ୍ୟକ୍ତିଙ୍କ ମୃତ୍ୟୁ ହୋଇଛି । ସୁରେନ୍ଦ୍ର ଘରୁ ସାଇକେଲରେ କାଜୁ ବଗିଚାକୁ ଯାଉଥିବା ବେଳେ ହାତୀ ଆକ୍ରମଣର ଶିକାର ହୋଇଥିଲେ । ଘଟଣାସ୍ଥଳରେ ସୁରେନ୍ଦ୍ରଙ୍କ ମୃତ୍ୟୁ ଘଟିଥିବା ବେଳେ ଖବର ପାଇ ବନ କର୍ମଚାରୀ ଓ ଗ୍ରାମବାସୀ ପହଞ୍ଚିଥିଲେ । ଦୁର୍ଘଟଣାରେ ବନ ବିଭାଗର ଅବହେଳାକୁ ନେଇ ଚାପା ଉତ୍ତେଜନା ଦେଖିବାକୁ ମିଳିଥିଲା ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.