ଦନ୍ତାହାତୀ ଆକ୍ରମଣରେ କେନ୍ଦୁପତ୍ର ତୋଳାଳୀଙ୍କ ମୃତ୍ୟୁ, ବନବିଭାଗର ତଦନ୍ତ ଆରମ୍ଭ

ରେଢ଼ାଖୋଲ (କେନ୍ୟୁଜ): କେନ୍ଦୁପତ୍ର ତୋଳିବାକୁ ଯାଇ ହାତୀ ଆକ୍ରମଣରେ ଜଣେ କେନ୍ଦୁପତ୍ର ତୋଳାଳୀଙ୍କ ମୃତ୍ୟୁ ହୋଇଛି । ରେଢ଼ାଖୋଲ ରେଞ୍ଜ ଡଇ଼଼ଚା ସେକ୍ସନ ଗୋପାଳପୁର ଗାଁ ର ନନୀ ସାମାରଦା ହାତୀଧରା ସଂରକ୍ଷିତ ଜଙ୍ଗଲ ପାଖକୁ ଆଜି ସକାଳୁ କେନ୍ଦୁପତ୍ର ତୋଳିବା ପାଇଁ ଯାଇଥିବା ବେଳେ ହଠାତ୍ ଏକ ଦନ୍ତାହାତୀ ହାତୀ ତାଙ୍କ ପାଖକୁ ଆସି ଆକ୍ରମଣ କରିଥିଲା । ନନୀ ସମରଦା ପାଟି କରିବାରୁ ଆଖପାଖ ଲୋକ ଓ ପରିବାର ଲୋକ ଆସି ତାଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ବନବିଭାଗ ସହ ରେଢ଼ାଖୋଲ ମେଡିକାଲ ଆଣିଥିଲେ । ହେଲେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ଘଟଣା ସ୍ଥଳକୁ ବନବିଭାଗ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.