ମାଲକାନଗିରି: ସ୍ୱାଭିମାନ ଅଞ୍ଚଳ ଚିତ୍ରକୋଣ୍ଡା ଜଳ ଭଣ୍ଡାରରେ ଡଙ୍ଗା ବୁଡି ଜଣେ ନିଖୋଜ ଦୁଇ ଉଦ୍ଧାର
ଡାଇକ-୩ ଗାଁର ୩ ଜଣ ମାଛ ଧରିବା ପାଇଁ ସିଙ୍ଗରା ରୁ ଫେରିବା ବେଳେ ଡଙ୍ଗାଟି ଭାରସାମ୍ୟ ହରାଇ ତିନି ଜଣ ଜଳ ଭଣ୍ଡାର ଭିତରେ ବୁଡି ଯାଇଥିଲେ।ଭୀଷଣ ପବନ ବର୍ଷା ଯୋଗୁଁ ଦେଶୀ ଡଙ୍ଗା ଭାରସାମ୍ୟ ହରାଇ ଥିଲା।
ମାଲକାନଗିରି(କେନ୍ୟୁଜ୍): ଡଙ୍ଗା ବୁଡି ଜଣେ ନିଖୋଜ ଦୁଇ ଉଦ୍ଧାର।ମାଲକାନଗିରି ଜିଲ୍ଲା ସ୍ୱାଭିମାନ ଅଞ୍ଚଳ ଚିତ୍ରକୋଣ୍ଡା ଜଳ ଭଣ୍ଡାରରେ ଦେଶୀ ଡଙ୍ଗା ବୁଡି ଜଣେ ନିଖୋଜ ଦୁଇ ଜଣ ଉଦ୍ଧାର। ଡାଇକ-୩ ଗାଁର ୩ ଜଣ ମାଛ ଧରିବା ପାଇଁ ସିଙ୍ଗରା ରୁ ଫେରିବା ବେଳେ ଡଙ୍ଗାଟି ଭାରସାମ୍ୟ ହରାଇ ତିନି ଜଣ ଜଳ ଭଣ୍ଡାର ଭିତରେ ବୁଡି ଯାଇଥିଲେ।ଭୀଷଣ ପବନ ବର୍ଷା ଯୋଗୁଁ ଦେଶୀ ଡଙ୍ଗା ଭାରସାମ୍ୟ ହରାଇ ଥିଲା।ଦୁଇ ଜଣ ହରି ସଗରିଆ ଏବଂ କୈଳାସ ନାୟକ କୌଶଳ କ୍ରମେ ପହଁରି ପହଁରି କୁଳକୁ ଆସିଥିଲେ।କୃପା ବେନିଆ ନାମକ ବ୍ୟକ୍ତି ଏବେବି ନିଖୋଜ ଅଛି।ସ୍ଥାନୀୟ ଲୋକ ଉଦ୍ଧାର କାର୍ଯ୍ୟ ଜାରି ରଖିଛନ୍ତି।