ଆମ୍ବ ଗୋଟେଇବା ହେଲା କାଳ, ହାତୀ ଆକ୍ରମଣରେ ମହିଳା ୱାର୍ଡ ମେମ୍ବରଙ୍କ ମୃତ୍ୟୁ

ମୃତ ମହିଳା ଜଣକ ଏହି ଗାଁର ଦ୍ବିତୀକୃଷ୍ଣ ନାୟକଙ୍କ ସ୍ତ୍ରୀ ଦ୍ରୌପଦୀ ନାୟକ।ସେ ଆକୁଳ ପଞ୍ଚାୟତ ୧୦ ନଂ ୱାର୍ଡର ୱାର୍ଡ ମେମ୍ବର ମଧ୍ୟ ରହିଥିବା ଜଣାପଡିଛି।ଘଟଣା ଅନୁଯାୟୀ ଗତକାଲି ରାତିରେ ଝଡ଼ ତୋଫାନ ହୋଇଥିଲା ତେଣୁ ଭୋର ସମୟରୁ ମୃତ ଦ୍ରୌପଦୀ ଘର ପାଖରେ ଥିବା ଆମ୍ବ ତୋଟାକୁ ଆମ୍ବ ଗୋଟେଇବାକୁ ଗଲାବେଳକୁ ସେଠି ହାତୀ ହାବୁଡ଼ରେ ପଡିଯାଇଥିଲେ।

ବାଂଶପାଳ(କେନ୍ୟୁଜ୍): ତେଲକୋଇ ବନାଞ୍ଚଳ ବିମଳା ଫରେଷ୍ଟ ସେକ୍ସନ ବନବିହାରିପୁର ଗାଁରେ ହାତୀ ଆକ୍ରମଣରେ ଜଣେ ମହିଳାଙ୍କ ମୃତ୍ୟୁ ଘଟିଛି।ମୃତ ମହିଳା ଜଣକ ଏହି ଗାଁର ଦ୍ବିତୀକୃଷ୍ଣ ନାୟକଙ୍କ ସ୍ତ୍ରୀ ଦ୍ରୌପଦୀ ନାୟକ।ସେ ଆକୁଳ ପଞ୍ଚାୟତ ୧୦ ନଂ ୱାର୍ଡର ୱାର୍ଡ ମେମ୍ବର ମଧ୍ୟ ରହିଥିବା ଜଣାପଡିଛି।ଘଟଣା ଅନୁଯାୟୀ ଗତକାଲି ରାତିରେ ଝଡ଼ ତୋଫାନ ହୋଇଥିଲା ତେଣୁ ଭୋର ସମୟରୁ ମୃତ ଦ୍ରୌପଦୀ ଘର ପାଖରେ ଥିବା ଆମ୍ବ ତୋଟାକୁ ଆମ୍ବ ଗୋଟେଇବାକୁ ଗଲାବେଳକୁ ସେଠି ହାତୀ ହାବୁଡ଼ରେ ପଡିଯାଇଥିଲେ।

ହାତୀଟି ଦ୍ରୌପଦୀଙ୍କୁ ଶୁଣ୍ଢରେ ଆକ୍ରମଣ କରି ଫୋପାଡ଼ି ଦେଇ ପଳାଇଥିଲା।କିଛି ସମୟ ପରେ ଘରଲୋକେ ତାଙ୍କୁ ଉଦ୍ଧାର କରି ତେଲକୋଇ ମେଡିକାଲକୁ ଆଣିଥିଲେ । ସେଠି ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି। ତେବେ ଏ ଘଟଣା ପରେ ବନଭିଭାଗ ପକ୍ଷରୁ ମୃତଙ୍କ ପରିବାରକୁ ପ୍ରଥମ ପର୍ଯ୍ୟାୟରେ ୬୦ ହଜାର ଟଙ୍କା ଅନୁକମ୍ପା ରାଶି ପ୍ରଦାନ କରାଯାଇଛି। ବନବିହାରୀପୁର ଅଞ୍ଚଳରେ ବର୍ତ୍ତମାନ ଏକ ୧୫ଟିକିଆ ହାତୀ ରହିଥିବା ଜଣାପଡିଛି।