Below header

ଡାବୁଗାଁ ବିଧାୟକଙ୍କ ଗାଡ଼ି ଧକ୍କାରେ ବୃଦ୍ଧ ଗୁରୁତର ଆହତ

ନବରଙ୍ଗପୁର (କେ ନ୍ୟୁଜ୍‌) : ନବରଙ୍ଗପୁର ଜିଲ୍ଲା ଡାବୁଗାଁ ବିଧାୟକଙ୍କ ଗାଡ଼ି ଧକ୍କାରେ ଜଣେ ଗୁରୁତର ଆହତ । ବିଧାୟକ ମନୋହର ରନ୍ଧାରୀଙ୍କ ଗାଡ଼ି ଧକ୍କାରେ ଏକ ଅଟୋରିକ୍ସା ଓଲଟି ପଡ଼ିଥିଲା । ଏଥିରେ ବସିଥିବା ଯାତ୍ରୀମାନେ ସମସ୍ତେ ଅଳ୍ପ ବହୁତେ ଆହତ ହୋଇଛନ୍ତି । ସେଥିରୁ ଜଣେ ଗୁରୁତର ଥିବାରୁ ତାଙ୍କୁ କୋରାପୁଟ ହସପିଟାଲକୁ ସ୍ଥାନାନ୍ତର କରାଯାଇଛି । ଡମୁ ଯାନୀ ନାମକ ଏହି ୬୦ ବର୍ଷ ବୟସ୍କ ବ୍ୟକ୍ତିଙ୍କ ଛାତିରେ ଆଘାତ ଲାଗିଛି । ଅବଶ୍ୟ ବିଧାୟକ ନିଜେ ଆହତଙ୍କୁ ନେଇ ପ୍ରଥମେ ପାପଡ଼ାହାଣ୍ଡି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ନେଇଥିଲେ । ତେବେ ଅବସ୍ଥା ଗୁରୁତର ଥିବାରୁ ଡମୁଙ୍କୁ କୋରାପୁଟ ପଠାଇ ଦିଆଯାଇଛି ।

MLA ACCIDENT-2ପାପଡ଼ାହାଣ୍ଡିରୁ ମଇଦଲ ଯିବା ସମୟରେ ବିଧାୟକ ମନୋହର ରନ୍ଧାରୀଙ୍କ ଗାଡ଼ି ସହ ଏହି ଅଟୋର ଧକ୍କା ହୋଇଥିଲା । ଗୋଟିଏ ଟ୍ରକ୍‌କୁ ଓଭରଟେକ୍‌ କଲା ବେଳେ ଦୁର୍ଘଟଣା ଘଟିଥିବା ପ୍ରତ୍ୟକ୍ଷଦର୍ଶୀ କହିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.