ପୁରୀ: ଆରମ୍ଭରୁ ଅଘଟଣ, ବ୍ଲୁ ଫ୍ଲାଗ ବିଚରେ ଗାଧୋଉଥିବା ବେଳେ ଭାସି ଯାଇ ନିଖୋଜ ଥିବା ଛାତ୍ରଙ୍କ ମୃତଦେହ ଉଦ୍ଧାର

ପୁରୀ(କନ୍ୟୁଜ୍): ପୁରୀ ବ୍ଲୁ ଫ୍ଲାଗ ବିଚରେ ଗାଧୋଉଥିବାବେଳେ ଗତକାଲି ଭାସିଯାଇ ନିଖୋଜ ଥିବା ଛାତ୍ରଙ୍କ ମୃତଦେହ ଉଦ୍ଧାର କରାଯାଇଛି।ମୃତକ ଜଣକ ହେଲେ ଝାଡ଼ଖଣ୍ଡର ବିନୟ ରାୟଙ୍କ ପୁଅ ତାନିଷ୍କ ବିନୟ ରାୟ। ତାନିଷ୍କ ପରିବାର ସହ ପୁରୀ ବୁଲିବାକୁ ଆସି ଗତକାଲିଠାରୁ ଅପରାହ୍ନରେ ବ୍ଲୁ ଫ୍ଲାଗ ବିଚରେ ଗାଧୋଇ ଫଟୋ ନେଉଥିବା ବେଳେ ଭାସିଯାଇଥିଲେ।

ଅଗ୍ନିଶମ ବିଭାଗ ପକ୍ଷରୁ ବହୁ ଖୋଜାଖୋଜି କରାଯାଇଥିଲା। କିନ୍ତୁ କିଛି ପତ୍ତା ମିଳିନଥିଲା।  ଆଜି ତାଙ୍କ ମୃତ ଦେହ ପିଙ୍କ୍  ହାଉସ ହୋଟେଲ ସମ୍ମୁଖ ବେଳଭୂମିରୁ ଉଦ୍ଧାର କରାଯାଇଛି।ଗତକାଲିର ଘଟଣା ପରେ ବ୍ଲୁ ଫ୍ଲାଗ ବିଚ ପର୍ଯ୍ୟଟକଙ୍କ ପାଇଁ ବନ୍ଦ ହୋଇଥିଲା।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.