Below header

ଦୁଇ କେନ୍ଦ୍ର ମନ୍ତ୍ରୀଙ୍କ ଆଲୋଚନା: ଦୂର ହେବ ନାଲକୋରୁ ଆଲୁମିନିୟମ ପରିବହନ ନେଇ ଲାଗିଥିବା ଦ୍ୱନ୍ଦ୍ୱ

କେନ୍ୟୁଜ୍(ବ୍ୟୁରୋ): ଦୂର ହେବ ନାଲକୋରୁ ଟ୍ରକ ଯୋଗେ ଆଲୁମିନିୟମ ପରିବହନ ନେଇ ଲାଗିରହିଥିବା ଦ୍ୱନ୍ଦ୍ୱ । ନୂଆଦିଲ୍ଲୀରେ କେନ୍ଦ୍ରମନ୍ତ୍ରୀ ପ୍ରହ୍ଲାଦ ଯୋଶୀଙ୍କୁ ସାକ୍ଷାତ କରି ଧର୍ମେନ୍ଦ୍ର ପ୍ରଧାନ ଆଲୋଚନା କରିବା ପରେ ସମାଧାନର ବାଟ ଫିଟିଛି । ଅନୁଗୋଳ ଓ କୁଲାଡରେ ଥିବା ଟ୍ରକ ଗୁଡିକ କିଭଳି ସୁଗମ କରିହେବ ।

ପରିବହନ ଦ୍ଵନ୍ଦ୍ୱକୁ କିଭଳି ଦୂର କରାଯାଇପାରିବ ସେନେଇ ପରାମର୍ଶ ଦେଇଛନ୍ତି କେନ୍ଦ୍ରମନ୍ତ୍ରୀ । ଆଲୁମିନିୟମ ପରିବହନକୁ ସୁଚାରୁରୂପେ କରିବା ଏବଂ ଭଡା ବୃଦ୍ଧି ନେଇ ଆଲୋଚନା କରିଛନ୍ତି ଉଭୟ କେନ୍ଦ୍ରମନ୍ତ୍ରୀ । ଓଡ଼ିଶାର ବିକାଶ ଓ ସ୍ୱାର୍ଥକୁ ଦୃଷ୍ଟିରେ ରଖି ବ୍ୟକ୍ତିଗତ ହସ୍ତକ୍ଷେପ କରିବା ପାଇଁ ବିଭାଗୀୟ ମନ୍ତ୍ରୀ ପ୍ରହ୍ଲାଦ ଯୋଶୀଙ୍କୁ ଅନୁରୋଧ କରିଛନ୍ତି ଧର୍ମେନ୍ଦ୍ର । ସମସ୍ତ ବିଷୟକୁ ଅନୁଧ୍ୟାନ କରାଯାଇ ଉଚିତ ପଦକ୍ଷେପ ନିଆଯିବ ବୋଲି କେନ୍ଦ୍ରମନ୍ତ୍ରୀ ପ୍ରହ୍ଲାଦ ଯୋଶୀ କହିଛନ୍ତି ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.