ଚନ୍ଦ୍ର ଗ୍ରହଣ : ବର୍ଷର ପ୍ରଥମ ଚନ୍ଦ୍ର ଗ୍ରହଣ ଏହି ୪ ରାଶିଙ୍କ ଉପରେ ହେବ ଭାରୀ, ୮୦ ବର୍ଷ ପରେ ପଡ଼ୁଛି ଏହି ଦୁର୍ଲଭ ସଂଯୋଗ

କିଛି ଦିନ ପରେ ପଡ଼ିବ ବର୍ଷର ପ୍ରଥମ ଚନ୍ଦ୍ର ଗ୍ରହଣ । ଏହି ଚନ୍ଦ୍ର ଗ୍ରହଣ ୧୬ ମଇ ସୋମବାର ଲାଗିବ । ଜ୍ୟୋର୍ତିବିଦଙ୍କ କହିବା ଅନୁଯାୟୀ, ଏହି ଗ୍ରହଣ ବୈଶାଖ ପୂର୍ଣ୍ଣିମା ବିଶାଖା ନକ୍ଷତ୍ର ଓ ବିଛା ରାଶିରେ ଲାଗିବ । ଏହି ଦିନ ବୁଦ୍ଧ ପୂର୍ଣ୍ଣିମା ବି ପଡ଼ୁଛି । ବୁଦ୍ଧ ପୂର୍ଣ୍ଣିମା ଓ ଚନ୍ଦ୍ର ଗ୍ରହଣ ଉଭୟେ ପରିଘ ଯୋଗରେ ହେବ । ଜ୍ୟୋତିଷଙ୍କ କହିବା ଅନୁଯାୟୀ ଗ୍ରହ ନକ୍ଷତ୍ରର ଏହି ସଂଯୋଗ ୮୦ ବର୍ଷ ପରେ ପଡ଼ୁଛି । ୮ ଦଶକ ପରେ ବନୁଥିବା ଏହି ଦୁର୍ଲଭ ସଂଯୋଗରେ ୪  ରାଶିର ଲୋକଙ୍କୁ ସମ୍ଭାଳି କରି ରହିବାକୁ ପରାମର୍ଶ ଦିଆଯାଇଛି । ଆସନ୍ତୁ ଜାଣିବା କ’ଣ ସେହି ରାଶି ।

କର୍କଟ : ବର୍ଷର ପ୍ରଥମ ଚନ୍ଦ୍ର ଗ୍ରହଣ କର୍କଟ ରାଶି ଜାତକଙ୍କ ପାଇଁ ସମ୍ଭାଳିକରି ରହିବାକୁ ହେବ । ପିଲାଙ୍କ କ୍ୟାରିଅର ଓ ସ୍ୱାସ୍ଥ୍ୟ ପାଇଁ ଏହି ଚନ୍ଦ୍ର ଗ୍ରହଣ ଭଲ ହେବ ନାହିଁ । ଖର୍ଚ୍ଚକୁ ନେଇ ଅସୁବିଧା ବଢ଼ିବ । ଘରୁ ସଂଚୟ ଅର୍ଥ ହାତରୁ ଯାଇପାରେ ।

ତୁଳା : ଏ ବର୍ଷର ପ୍ରଥମ ଚନ୍ଦ୍ର ଗ୍ରହଣ ତୁଳା ରାଶି ଜାତକ ବ୍ୟକ୍ତି ସତର୍କ ରହିବା ଉଚିତ୍‌ । ଅଧିକ ଉତ୍ସାହ ଆପଣଙ୍କ ପାଇଁ ହାନିକାରକ ହୋଇପାରେ । କାହା ଉପରେ ଆଖି ବନ୍ଦ କରି ବିଶ୍ୱାସ କରନ୍ତୁ ନାହିଁ, ଧୋକା ପାଇଯିବେ । ଛୋଟ ଲାଭ ପାଇଁ ବଡ଼ କ୍ଷତି ସହିପାରନ୍ତି ।

ଧନୁ : କିଛି ବାଦ ବିବାଦରେ ପଡ଼ି ପାରନ୍ତି । କୋର୍ଟ କଚେରୀ ମାମଲା ବଢ଼ିପାରେ । ପ୍ରତିଛବି ଖରାପ ହୋଇପାରେ । ମାନସିକ ଚାପ ବଢ଼ିବା ସହ ଅର୍ଥ ସଂକଟ ଦେଖାଦେବ । ଆୟ ସମାନ ରହିବ କିନ୍ତୁ ଖର୍ଚ୍ଚ ବଢ଼ିପାରେ ।

ମକର : ମକର ରାଶି ବାଲାଙ୍କ ପାଇଁ ଏହି ଚନ୍ଦ୍ର ଗ୍ରହଣ ଭଲ ରହିବ ନାହିଁ । ଶନି ଦେବ ଆପଣଙ୍କ ରାଶିର ସ୍ୱାମୀ ହୋଇଥିବାବେଳେ ଶନି ସାଡେ ସାତି ଚାଲୁଛି । ଏହି ଜାତକଙ୍କୁ ବହୁତ ସାବଧାନ ରହିବାକୁ ହେବ । ତରବରରେ କିଛି ନିଷ୍ପତ୍ତି ନିଅନ୍ତୁ ନାହିଁ,ଅସୁବିଧା ହୋଇପାରେ ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.