Below header

କଟକରେ ରାତି ୮ ରୁ ୧୦ ଭିତରେ ହିଁ ଫୁଟିବ ବାଣ, ବ୍ୟତିକ୍ରମ ହେଲେ ସିଧା କାର୍ଯ୍ୟାନୁଷ୍ଠାନ

କଟକ(କେନ୍ୟୁଜ୍): କାଲି ଆଲୋକର ପର୍ବ ଦୀପାବଳୀ। ଜୋର ସୋର ଚାଲିଛି ବାଣ ବିକ୍ରି। କଟକ ସହରାଂଚଳ ପୋଲିସ ଅଧିନସ୍ଥ ମୋଟ ୨୭ ଟି ସ୍ଥାନରେ ବାଣ ବିକ୍ରି ପାଇଁ ଅନୁମତି ପ୍ରଦାନ କରାଯାଇଛି। ଆଜି ସୁଦ୍ଧା ଦୁଇ ଶହରୁ ଉର୍ଦ୍ଧ୍ବ ବାଣ ବ୍ୟବସାୟୀଙ୍କୁ ଲାଇସେନ୍ସ ପ୍ରଦାନ କରାଯାଇଛି ବୋଲି ସୂଚନା ଦେଇଛନ୍ତି କଟକ ଡିସିପି। ରାତି ୮ ରୁ ୧୦ ଭିତରେ ହିଁ ଫୁଟିବ ବାଣ। ସବୁଜ ବାଣକୁ ବାଦ ଦେଇ ଅନ୍ୟ ବାଣ କିମ୍ବା ଶବ୍ଦ ପ୍ରଦୂଷଣ କରୁଥିବା ବାଣ ଫୁଟାଇଲେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବ ପୋଲିସ। ଏଥିରେ ବ୍ୟତିକ୍ରମ ଦେଖିଲେ ନିକଟସ୍ଥ ପୋଲିସ ଷ୍ଟେସନ କିମ୍ବା ପୋଲିସ କଣ୍ଟ୍ରୋଲ ରୁମକୁ ଜଣାଇବାକୁ ଜନସାଧାରଣଙ୍କୁ ଅପିଲ କରିଛନ୍ତି କଟକ ଡିସିପି।

 

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.