Below header

ପ୍ରଚଣ୍ଡ ଗ୍ରୀଷ୍ଣ ପ୍ରବାହ ନେଇ ଆଜି ପୁଣି ୧୬ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ ଜାରି, ଦିନ ୪ଟା ପର୍ଯ୍ୟନ୍ତ ଘରୁ ନ ବାହାରିବାକୁ ପରାମର୍ଶ

କେନ୍ୟୁଜ୍(ବ୍ୟୁରୋ): ତାତିରୁ ତ୍ରାହି ନାହିଁ, ଆଜି ବି ଜଳୁଛି ଓଡ଼ିଶା । ଆଜି ପାଇଁ ୱେଲୋ ୱାର୍ଣ୍ଣିଂ ଜାରି କରାଯାଇଥିବା ଜିଲ୍ଲାର ଲୋକଙ୍କୁ ସତର୍କ କରାଇଲା ପାଣିପାଗ କେନ୍ଦ୍ର । ଦିନ ୪ଟା ପର୍ଯ୍ୟନ୍ତ ଘରୁ ନ ବାହାରିବାକୁ ପରାମର୍ଶ ଦିଆଯାଇଛି । ଗତକାଲି ୧୩ଟି ସହରର ତାପମାତ୍ରା ୪୧ ଡିଗ୍ରୀ ସେଲସିୟସ ଉପରେ ରେକର୍ଡ ହୋଇଥିଲା । ଭୁବନେଶ୍ୱର ପାଲଟିିଥିଲା ସବୁଠୁ ଉତ୍ତପ୍ତ ସହର । ରାଜଧାନୀର ତାପମାତ୍ରା ୪୪.୨ ଡିଗ୍ରୀ ସେଲସିୟସ ରେକର୍ଡ କରାଯାଇଥିଲା । ଗତକାଲି ୪୪.୨ ଡିଗ୍ରୀ ସେଲସିୟସ୍‌ ସହ ରାଜ୍ୟରେ ସବୁଠୁ ଉତ୍ତପ୍ତ ସହର ଥିଲା ଭୁବନେଶ୍ୱର । ଗତ କିଛି ଦିନ ହେବ ରାଜ୍ୟର ବିଭିନ୍ନ ସ୍ଥାନରେ ତାପମାତ୍ରା ସ୍ୱାଭାବିକ ଠାରୁ ୨-୪ ଡିଗ୍ରୀ ବୃଦ୍ଧି ପାଇଛି । ଆସନ୍ତାକାଲି ଯାଏ ୨୧ ଜିଲ୍ଲାକୁ ପାଣିପାଗ ବିଭାଗ ଅରେଞ୍ଜ ଓ୍ଵାର୍ଣ୍ଣିଂ ଜାରି କରିଥିଲା ।

ପ୍ରଚଣ୍ଡ ଗ୍ରୀଷ୍ଣ ପ୍ରବାହ ନେଇ ଆଜି ପୁଣି ୧୬ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ।  ଆସନ୍ତା କାଲି ତାପମାତ୍ରାରେ ସାମନ୍ୟ ପରିବର୍ତ୍ତନ ଆସିପାରେ ଓ ୩ ରୁ ୪ ଡିଗ୍ରୀ ତାପମାତ୍ରା ହ୍ରାସ ହୋଇପାରେ ବୋଲି ପାଣିପାଗ ବିଭାଗ ସୂଚନା ଦେଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.