ବ୍ୟାଙ୍କ ଅଫ ମହାରାଷ୍ଟ୍ର ଜେନେରାଲ ଅଫିସର ପାଇଁ ବାହାରିଲା ପଦବୀ, ଶୀଘ୍ର କରନ୍ତୁ ଆବେଦନ

ବ୍ୟାଙ୍କରେ ଚାକିରି କରିବା ପାଇଁ ଇଚ୍ଛୁକ ପ୍ରାର୍ଥୀମାନଙ୍କ ପାଇଁ ଆସିଲା ଖୁସି ଖବର। ବ୍ୟାଙ୍କ ଅଫ ମହାରାଷ୍ଟ୍ର ତରଫରୁ ଜେନେରାଲ ଅଫିସର ପଦବୀ ପାଇଁ ଅଧିସୂଚନା ଜାରୀ କରାଯାଇଛି। ଏଥିରେ ମୋଟ ୧୫୦ଟି ପଦବୀ ରହିଛି। ଏହି ପଦବୀ ପାଇଁ ଆବେଦନ ପ୍ରକି୍ରୟା ଆରମ୍ଭ ହୋଇସାରିଛି। ଯାହାର ଶେଷ ତାରିଖ ୬ ଅପ୍ରେଲ ୨୦୨୧ ପର୍ଯ୍ୟନ୍ତ ରହିଛି। ଯେଉଁମାନେ ଏହି ପଦବୀ ପାଇଁ ଇଚ୍ଛୁକ ଅଛନ୍ତି ସେମାନେ ଏହି ତାରିଖ ମଧ୍ୟରେ ଆବେଦନ କରିପାରିବେ।

ଜେନେରାଲ ଅଫିସର ପୋଷ୍ଟ ପାଇଁ ଆବେଦନ କରିବା ପ୍ରାର୍ଥୀଙ୍କ ଶିକ୍ଷାଗତ ଯୋଗ୍ୟତା ବ୍ୟାଚେଲର ଡିଗ୍ରୀ ସହ ୬୦% ମାର୍କ ରଖିଥିବା ଜରୁରୀ। ପ୍ରାର୍ଥୀଙ୍କ ବୟସ ୨୫ ରୁ ୩୫ ବର୍ଷ ରହିଥିବା ଆବଶ୍ୟକ। ଏହାସହ ଯେକୌଣସି ମାନ୍ୟତା ପ୍ରାପ୍ତ ବିଶ୍ୱବିଦ୍ୟାଳୟରୁ CA/ICWA/CAFA/FRMର ପ୍ରଫେସନାଲ କୋର୍ସ ସହ କୌଣସି ପ୍ରଫେସନାଲ ବ୍ୟାଙ୍କରେ ଅଧିକାରୀ ରୂପେ କ୍ରେଡିଟ୍‌ ଏରିଆ ଓ ବ୍ରାଞ୍ଚ ହେଡ ପୋଷ୍ଟର ୩ବର୍ଷର ଅଭିଜ୍ଞତା ରହିଥିବା ଜରୁରୀ। ଏହି ପରୀକ୍ଷା ଅନଲାଇନ ମାଧ୍ୟମରେ ହେବ। ଉତ୍ତୀର୍ଣ୍ଣ ହୋଇଥିବା ପ୍ରାର୍ଥୀ ତାଙ୍କ ରାକିଙ୍ଗ ଅନୁଯାୟୀ ୧:୪ ଅନୁପାତରେ ସାକ୍ଷାତକାର ପାଇଁ ଡକାଯିବ।

bank
pc: jagran josh

ଏହି ୧୫୦ଟି ପୋଷ୍ଟ ବିଭିନ୍ନ ବିଭାଗ ପାଇଁ ରହିଛି। ଜେନେରାଲଙ୍କ ପାଇଁ ୬୨ଟି ପୋଷ୍ଟ। ଏସସି ପାଇଁ ୨୨ ଓ ଏସଟି ପାଇଁ ୧୧ଟି ପୋଷ୍ଟ। ଓବିସିମାନଙ୍କ ପାଇଁ ୪୦ଟି ପୋଷ୍ଟ ରହିଥିବା ବେଳେ ଇଡବ୍ଲ୍ୟୁଏସ୍‌ଙ୍କ ପାଇଁ ୧୫ଟି ପୋଷ୍ଟ ରହିଛି। ଏହାର ଅବେଦନ କରିବାର ତାରିଖ ୨୨ ମାର୍ଚ୍ଚ ୨୦୨୧ରୁ ଆରମ୍ଭ ହୋଇସାରିଛି। ଯାହାର ଶେଷ ତାରିଖ ୬ଅପ୍ରେଲ ୨୦୨୧ ରହିଛି।

ବ୍ୟାଙ୍କ ଅଫ ମହାରାଷ୍ଟ୍ରର ନୋଟିଫିକେସନ ଅନୁଯାୟୀ ଏହି ପଦବୀରେ ସିଲେକ୍ସନ ପାଇବା ପରେ ବ୍ରାଞ୍ଚ ମ୍ୟାନେଜର ଅଫିସର ପୋଷ୍ଟରେ ଦେଶର ଯେକୌଣସି ସ୍ଥାନରେ ଆପଣଙକୁ ପୋଷ୍ଟିଂ ଦିଆଯିବ। ଏଥିପାଇଁ ପ୍ରାର୍ଥୀଙ୍କୁ ପ୍ରଥମେ ଏହାର ୱେବସାଇଟ https://ibpsonline.ibps.in//bomrgosdec20/ କୁ ଯାଇ ଆବେଦନ କରିବାକୁ ପଡିବ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.