Below header

ପୁରୀ: ମାଉସୀ ମାଆ ମନ୍ଦିରରୁ ଚୋରିକୁ ନେଇ ଚିନ୍ତାପ୍ରକଟ କଲେ ଗଜପତି ମହାରାଜ ଦିବ୍ୟସିଂହ ଦେବ

ପୁରୀ(କେନ୍ୟୁଜ୍):  ପୁରୀ ମାଉସୀ ମାଆ ମନ୍ଦିରରୁ ଚୋରିକୁ ନେଇ ଚିନ୍ତାପ୍ରକଟ କରିଛନ୍ତି ଗଜପତି ମହାରାଜ ଦିବ୍ୟସିଂହ ଦେବ । ଅଭିଯୁକ୍ତଙ୍କୁ ତୁରନ୍ତ ଗିରଫ କରିବାକୁ ପୋଲିସ ପ୍ରଶାସନ ନିକଟରେ ଦାବି କରିଛନ୍ତି । ଏହାସହ ଶ୍ରୀକ୍ଷେତ୍ରରେ ସବୁ ଧାର୍ମିକ ସ୍ଥଳରେ ନିରାପତ୍ତା ବ୍ୟବସ୍ଥାକୁ ସୁନିଶ୍ଚିତ ଓ ଫଳପ୍ରଦ କରିବା ପାଇଁ ଏକ ଜିଲ୍ଲା ପ୍ରଶାସନ ଓ ପୋଲିସ ଏକ ବିସ୍ତୃତ ଓ ପ୍ରଭାବୀ ରଣନୀତି ପ୍ରସ୍ତୁତ କରିବାକୁ କହିଛନ୍ତି ଗଜପତି ମହାରାଜ ।

ଶ୍ରୀମନ୍ଦିରଠାରୁ କେଇ ଶହ ମିଟର ଦୂରରେ ରହିଛି ମାଉସୀ ମାଆ ମନ୍ଦିର । ଏଠାରୁ ଚୋରି ଶ୍ରୀକ୍ଷେତ୍ରରେ ଥିବା ଅନ୍ୟ ମନ୍ଦିରର ସୁରକ୍ଷା ବ୍ୟବସ୍ଥାକୁ ପ୍ରତି ଚ୍ୟାଲେଞ୍ଜ ସୃଷ୍ଟି କରିଛି । ନିକଟରେ ପୁରୀରେ ସୁରକ୍ଷା ବ୍ୟବସ୍ଥାର ଅନୁଧ୍ୟାନ କରିଛି ନ୍ୟାସନାଲ୍ ସିକ୍ୟୁରିଟି ଗାର୍ଡ ବା ଏନଏସଜି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.