ମହିଳାଙ୍କ ପ୍ରାଇଭେଟ୍‌ ପାର୍ଟକୁ ଛୁଇଁବାକୁ ଚେଷ୍ଟା କରୁଥିଲେ ଫିଲିପାଇନ୍ସ ରାଷ୍ଟ୍ରପତି ! ଭିଡିଓ ଭାଇରାଲ

ଫିଲିପାଇନ୍ସ ରାଷ୍ଟ୍ରପତି ରୋଡ୍ରିଗୋ ଦୁତେର୍ତେ କୌଣସି ନା କୌଣସି କାରଣରୁ ସବୁବେଳେ ବିବାଦରେ ରହିଥାଆନ୍ତି। ଏବେ ରାଷ୍ଟ୍ରପତି ଦୁତେର୍ତେ ପୁଣିଥରେ ଏମିତି କିଛି କରିଛନ୍ତି, ଯାହାକୁ ଦେଖି ଲୋକେ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି ଏବଂ ସୋସିଆଲ ମିଡିଆରେ ଏହାକୁ ନେଇ ଚର୍ଚ୍ଚା ଜୋର୍‌ ଧରିଛି।

ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ଏକ ଭିଡିଓରେ ଦେଖାଯାଉଛି କି, ଦୁତେର୍ତେ ନିଜ ଘରେ ଜଣେ ମହିଳା ସହାୟିକାଙ୍କ ପ୍ରାଇଭେଟ ପାର୍ଟକୁ ଛୁଇଁବାକୁ ଚେଷ୍ଟା କରୁଛନ୍ତି। ଏହି ଘଟଣାକୁ ନେଇ ମହିଳାମାନେ ତୀବ୍ର ପ୍ରତିବାଦ କରିଛନ୍ତି। ରାଷ୍ଟ୍ରପତିଙ୍କ ପାଖକୁ ଜଣେ ମହିଳା ସହାୟିକା ଏକ କପ୍‌ ଚାଉଳ ଉପରେ ଏକ ମହମବତି ରଖି ଆସୁଛନ୍ତି। ଏହାର କିଛି ସେକେଣ୍ଡ ଭିତରେ ଦୁତେର୍ତେ ମହିଳାଙ୍କ ପ୍ରାଇଭେଟ ପାର୍ଟ ଛୁଇଁବାକୁ ଚେଷ୍ଟା କରୁଛନ୍ତି। ଏହା ଦେଖି ମହିଳା ଜଣକ ପଛକୁ ଘୁଞ୍ଚି ଯାଉଛନ୍ତି।

ଭିଡିଓଟି ବିବାଦ ଭିତରକୁ ଚାଲି ଆସିବା ପରେ ପ୍ରେସିଡେଣ୍ଟସିଆଲ୍‌ ପ୍ୟାଲେସ୍‌ ଏହା ଉପରେ ସଫେଇ ଦେଇଛି। ଏହା ପ୍ରତିକ୍ରିୟାରେ କହିଛି କି, ରୋଡ୍ରିଗୋ ଦୁତେର୍ତେ ଭିଡିଓରେ କେବଳ ପ୍ଲେଫୁଲ ହେବାକୁ ଚେଷ୍ଟା କରୁଥିଲେ। କହି ରଖୁଛୁ, ଦୁତେର୍ତେ ଏଥି ପୂର୍ବରୁ ବି ଦକ୍ଷିଣ କୋରିଆରେ ଏକ ସଭା ମଝିରେ ଜଣେ ବିଦେଶୀ କାର୍ଯ୍ୟକର୍ତ୍ତାଙ୍କୁ କିସ୍‌ କରିଥିଲେ, ଯାହା ପରେ ତାଙ୍କର ସେହି ହରକତକୁ ନେଇ ବହୁତ ଆଲୋଚନା ହୋଇଥିଲା।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.