କର୍କଟ ରୋଗୀଙ୍କ ଦୁର୍ବିସହ ଜୀବନରେ ସାମୟିକ ଆରାମ ଓ ଖୁସି ଭରିଦେବ ବାଙ୍ଗାଲୋର ହସ୍ପିସ ଟ୍ରଷ୍ଟ ବାଗଚୀ-କରୁଣାଶ୍ରୟ ପ୍ୟାଲିଏଟିଭ୍ ସେବା କେନ୍ଦ୍ର

ଭୁବନେଶ୍ୱର : ବାଙ୍ଗାଲୋର ହସ୍ପିସ ଟ୍ରଷ୍ଟ ବାଗଚୀ-କରୁଣାଶ୍ରୟ ପ୍ୟାଲିଏଟିଭ୍ ସେବା କେନ୍ଦ୍ର ପକ୍ଷରୁ ଦୁଇ ଦିନିଆ ପ୍ରଶିକ୍ଷଣ ଶିବିର ଜାଗମରାସ୍ଥିତ ଓଜେଇଇ ସେଲଠାରେ ଅନୁଷ୍ଠିତ ହୋଇଯାଇଛି। ଗତ ୬ ଓ ୭ଡିସେମ୍ବର ଦୁଇ ଦିନ ଧରି ହୋଇଥିବା ଏହି ଶିବିରରେ ଭୁବନେଶ୍ୱର ଅଧୀନସ୍ଥ ସମସ୍ତ ସହରାଞ୍ଚଳ ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ର ଓ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରର ଭାରପ୍ରାପ୍ତ ଅଧିକାରୀ ତଥା ପବ୍ଲିକ ହେଲଥ ମ୍ୟାନେଜର ଏବଂ ଅନ୍ୟ କର୍ମକର୍ତ୍ତାମାନେ ଯୋଗ ଦେଇଥିଲେ।
ଉକ୍ତ ପ୍ରଶିକ୍ଷଣ ଶିବିରକୁ ଡ଼ା ଲିପିକା ପାତ୍ର, ଡ଼ା ସୁମିତା ମହାନ୍ତି, ଡ଼ା ଶ୍ୟାମ ପ୍ରସନ୍ନ ମିତ୍ର, ଡ଼ା ଉଜ୍ଜ୍ୱଳ ତ୍ରିପାଠୀ, ଡ଼ା ସତୀଶ ଷଡଙ୍ଗୀ ପରିଚାଳନା କରିଥିଲେ। କର୍କଟ ରୋଗ ଚିକିତ୍ସାର ଶେଷ ଭାଗରେ ଯେତେବେଳେ ରୋଗୀର ଯତ୍ନ ଏବଂ ଲକ୍ଷଣ ନିୟନ୍ତ୍ରଣ ଆବଶ୍ୟକ ହୁଏ, ଯେପରିକି ଯନ୍ତ୍ରଣା ପରିଚାଳନା, ବାନ୍ତି, ଦୁର୍ବଳ, କୋଷ୍ଠ କାଠିନ୍ୟ ଏବଂ ନିଶ୍ୱାସ ପ୍ରଶ୍ୱାସରେ କଷ୍ଟ ଅନୁଭବ ଭଳି ଅସୁବିଧାର ନିରାକରଣ ସହ ଭାବପ୍ରବଣ ଏବଂ ବ୍ୟବହାରିକ ସହାୟତା ପ୍ରଦାନର ଆବଶ୍ୟକ ସ୍ଥଳେ ବାଗଚୀ-କରୁଣାଶ୍ରୟ ପ୍ୟାଲିଏଟିଭ୍ ସେବା କେନ୍ଦ୍ର ଏହିପରି ରୋଗୀମାନଙ୍କୁ ବଞ୍ଚିଥିବା ପର୍ଯ୍ୟନ୍ତ ଯନ୍ତ୍ରଣାମୁକ୍ତ, ଆରାମଦାୟକ ଏବଂ ଶାନ୍ତିପୂର୍ଣ୍ଣ ଜୀବନ ଯାପନ କରିବାରେ ସାହାଯ୍ୟ କରି ଆସୁଛି।
ସୁବ୍ରତ ବାଗଚୀଙ୍କ ପ୍ରଚେଷ୍ଟାରେ ଓଡ଼ିଶା ସରକାରଙ୍କ ପରିଚାଳିତ ଏହି ଆଡଭାନ୍ସଡ ଷ୍ଟେଜ କର୍କଟରୋଗୀଙ୍କ ପାଇଁ ପ୍ୟାଲିଏଟିଭ୍ ସେବା କେନ୍ଦ୍ର ଆଗାମୀ ଦିନରେ କିଭଳି କର୍କଟ ରୋଗୀଙ୍କ ଦୁର୍ବିସହ ଜୀବନରେ ସାମୟିକ ଆରାମ ଓ ଖୁସି ଭରିଦେବ ସେଥିପାଇଁ ଉକ୍ତ ପ୍ରଶିକ୍ଷଣ ଶିବିରରେ ଉପସ୍ଥିତ ଡାକ୍ତରମାନଙ୍କୁ ଡ଼ା ଲିପିକା ପାତ୍ର ମାର୍ଗଦର୍ଶନ ଦେଇଥିଲେ।