ଚାରି ଭାଈ ଭଉଣୀଙ୍କୁ ସାହା ହେଲେ ସରକାର, କେ-ନ୍ୟୁଜ ଓଡ଼ିଶାରେ ଅନାଥ ପିଲାଙ୍କ କାହାଣୀ ଦେଖିବା ପରେ ଏବେ ବଢୁଛି ସହାୟତାର ହାତ

ବେଗୁନିଆ (କେନ୍ୟୁଜ୍‌) : କେ-ନ୍ୟୁଜରେ ଖବର ପ୍ରସାରଣ ପରେ ବେଗୁନିଆ ବ୍ଲକ ପୋଡାଡିହ ପଞ୍ଚାୟତ ନିଳକଣ୍ଠପୁର ଆଦିବାସୀ ସାହିର ଚାରି ଅନାଥ ପିଲାଙ୍କ ପ୍ରତି ବଢିଲା ସହାୟତାର ହାତ । ଅନେକ ସ୍ଵେଚ୍ଛାସେବୀ ଅନୁଷ୍ଠାନ ସହିତ ସ୍ଥାନୀୟ ପ୍ରଶାସନ ଗାଁରେ ପହଞ୍ଚି ସ୍ଥିତି ପରଖିଥିଲେ ଏଥିସହିତ କିଛି ଅର୍ଥ ଏବଂ ରାସନ ସାମଗ୍ରୀ ପ୍ରଦାନ କରିଛନ୍ତି । ସେପଟେ ଖୋର୍ଦ୍ଧା ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀଙ୍କ ନିର୍ଦେଶ କ୍ରମେ ତିନି ପିଲାମାନଙ୍କୁ ଚାଇଲ୍ଡ ଲାଇନରେ ପାଠପଢା ଏବଂ ଅନ୍ୟାନ୍ୟ ସୁବିଧାସୁଯୋଗ ଯୋଗାଇ ଦିଆଯାଇଛି ।

ସାତବର୍ଷର ପୁଅକୁ ମଧ୍ୟ ସମସ୍ତ ସରକାରଙ୍କ ସୁବିଧାସୁଯୋଗ ଯୋଗାଇ ଦିଆଯିବ ବୋଲି ପ୍ରତିଶୃତି ମିଳିଛି ।ତେବେ ଆଉ ଅସହାୟ ଅନୁଭବ କରିବେ ନାହିଁ କି ଭୋକିଲା ରହିବ ନାହିଁ ପେଟ ।ଅବା ଆଉ ଏହି କଅଁଳ ବୟସରେ ମୂଲ ଲାଗି ଯିବାକୁ ପଡିବ ନାହିଁ ।କାରଣ ଏବେ ଚାରି ପିଲାଙ୍କ କାନ୍ଧରେ କାନ୍ଧ ମିଶାଇଛି କେ-ନ୍ୟୁଜ ଓଡ଼ିଶା । ଦୀର୍ଘ ସାତ ବର୍ଷ ହେବ ପ୍ରଶାସନ ଦୃଷ୍ଟି ଆଢୁଆଳରେ ଥିବା ଏହି ପିଲାଙ୍କ ଦୁଃଖ ଆମେ ଜଣାଇ ଥିଲୁ ପ୍ରଶାସନ ପାଖରେ ।

ଏଥିପାଇଁ କେ-ନ୍ୟୁଜ ଓଡ଼ିଶାକୁ ବେଶ୍ ଧନ୍ୟବାଦ ଦେଇଛନ୍ତି ସ୍ଥାନୀୟ ଅଞ୍ଚଳବାସୀଙ୍କ ସହିତ ସ୍ଥାନୀୟ ଶିକ୍ଷକ ଏବଂ ସହାୟତା ପ୍ରଦାନ କରିଥିବା ସ୍ବେଚ୍ଛାସେବୀ ସଙ୍ଗଠନ । ଚାରି ଅନାଥ ପିଲାମାନଙ୍କ ଏହି କୋହଭରା ନିଛ୍ଛକ ସତ୍ୟ କାହାଣୀକୁ ଆମେ ଖବର ମାଧ୍ୟମରେ କିଛିଦିନ ତଳେ ଆମ ପ୍ଲାଟଫର୍ମ ରେ ପ୍ରସାରିତ କରିଥିଲୁ ।ଆଉ ସେହି ଖବରକୁ ଆଧାର କରି ଆଜି ପିଲାମାନଙ୍କ ପାଖରେ ସହାୟତା ସହିତ ଦୂର ହୋଇପାରିଲା ଦୁଃଖ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.