ଓଏସଏସସି ସଦସ୍ୟଙ୍କ କୁବେର ପିଏସ ବିରଞ୍ଚି ନାରାୟଣ ସାହୁ ନିଲମ୍ବିତ

କେନ୍ୟୁଜ୍(ବ୍ୟୁରୋ): ମହଙ୍ଗା ପଡ଼ିଲା ଆୟଠୁ ଅଧିକ ସମ୍ପତ୍ତି ଠୁଳ କରିବା । ଆୟ ବର୍ହିଭୁତ ସଂପତ୍ତି ଠୁଳ ମାମଲାରେ ଓଏସଏସସି ସଦସ୍ୟଙ୍କ ପିଏସ ବିରଞ୍ଚି ନାରାୟଣ ସାହୁ ନିଲମ୍ବିତ । ତାଙ୍କୁ ଚାକିରିରୁ ସସପେଣ୍ଡ କରାଯାଇଛି । ତାଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ପାଇଁ କମିସନ ସୁପାରିଶ କରିଛନ୍ତି । ଏନେଇ ଓଏସଏସସି ଅଧ୍ୟକ୍ଷ ନିର୍ମଳ ଚନ୍ଦ୍ର ମିଶ୍ର ସୂଚନା ଦେଇଛନ୍ତି ।

ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଗିରଫ ହୋଇଛନ୍ତି ବିରଞ୍ଚି ନାରାୟଣ ସାହୁ । ଏବେ ସେ ୧୪ ଦିନିଆ ବିଚାର ବିଭାଗୀୟ ହାଜତରେ ଅଛନ୍ତି । ଭିଜିଲାନ୍ସ ରେଡ୍‌ ବେଳେ ଆୟଠାରୁ ୨୬୮ ଗୁଣ ଅଧିକ ସମ୍ପତ୍ତି ଠାବ ହୋଇଥିଲା । ଘରୁ ମିଳିଥିଲା ୧୨ ଲକ୍ଷ କ୍ୟାସ୍‌ । ପାଖାପାଖି ଦେଢ଼ କିଲୋ ସୁନା ଗହଣା ମିଳିଥିଲା । ଅଧିକ ଖୋଳତାଡ ଜାରି ରଖିଛି ଭିଜିଲାନ୍ସ । ଏବେ ଆରମ୍ଭ ହୋଇଛି କାର୍ଯ୍ୟାନୁଷ୍ଠାନ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.