ରାଜ୍ୟ ସରକାରଙ୍କ ବଡ଼ ନିଷ୍ପତ୍ତି: ବଦଳିଲା OTET ନିୟମ, ଏଣିକି ଥରେ ପାସ କଲେ ଆଉ ଦେବେନି ପରୀକ୍ଷା

ଏଣିକି ଥରେ ଓଡ଼ିଶା ଟିଚର ଏଲିଜିବିଲିଟି ଟେଷ୍ଟରେ ଉତ୍ତୀର୍ଣ୍ଣ ହେଲେ ଆଉ ଦେବାକୁ ପଡିବନି ପରୀକ୍ଷା ।ପୂର୍ବରୁ ୭ ବର୍ଷ ଯାଏ ଓଟିଇଟି ପାସ୍‌ର ବୈଧତା ରହୁଥିଲା କିନ୍ତୁ ଏଥିରେ ପରିବର୍ତ୍ତନ କରିଛନ୍ତି ରାଜ୍ୟ ସରକାର।

ଭୁବନେଶ୍ୱର (କେନ୍ୟୁଜ): ଶିକ୍ଷା ନିଯୁକ୍ତି କ୍ଷେତ୍ରରେ ରାଜ୍ୟ ସରକାରଙ୍କ ବଡ଼ ନିଷ୍ପତ୍ତି । ଥରେ OTET ପାସ୍‌ ହେଲେ ଏହା ଲାଇଫ ଟାଇମ ବୈଧ ରହିବ । ଏଣିକି ଥରେ ଓଡ଼ିଶା ଟିଚର ଏଲିଜିବିଲିଟି ଟେଷ୍ଟରେ ଉତ୍ତୀର୍ଣ୍ଣ ହେଲେ ଆଉ ଦେବାକୁ ପଡିବନି ପରୀକ୍ଷା । ଟୁଇଟ କରି ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ସୂଚନା ଦିଆଯାଇଛି । ପୂର୍ବରୁ ୭ ବର୍ଷ ଯାଏ ଓଟିଇଟି ପାସ୍‌ର ବୈଧତା ରହୁଥିଲା କିନ୍ତୁ ଏଥିରେ ପରିବର୍ତ୍ତନ କରିଛନ୍ତି ରାଜ୍ୟ ସରକାର। ସରକାରଙ୍କ ଏହ ନିଷ୍ପତ୍ତି ପରେ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଖୁସୀର ଲହରୀ ଖେଳିଯାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.