ରିଲିଜ୍ ହେବା ପରଠାରୁ ୟୁଟ୍ୟୁବରେ ନମ୍ବର ୧ରେ ଟ୍ରେଣ୍ଡିଂ କରୁଛି ‘ଆଦିପୁରୁଷ’ର ଟ୍ରେଲର୍
ସାଉଥ୍ ସୁପରଷ୍ଟାର ପ୍ରଭାସ ଓ ବଲିଉଡ୍ ନାୟିକା କ୍ରିତି ସାନନଙ୍କ ଅଭିନୀତ ଫିଲ୍ମ ‘ଆଦିପୁରୁଷ’ ଆଗାମୀ ଜୁନ୍ ୧୬ ତାରିଖରେ ରିଲିଜ୍ ହେବ। ଫିଲ୍ମଟିର ଟ୍ରେଲର୍ ରିଲିଜ୍ ହେବା ପରେ ଏହା ରେକର୍ଡ ଭାଙ୍ଗିଛି। ରିଲିଜ୍ ହେବା ପରଠାରୁ ଏହା ୟୁଟ୍ୟୁବରେ ନମ୍ବର ୧ରେ ଟ୍ରେଣ୍ଡିଂ କରୁଛି। ‘ରାମାୟଣ’ କାହାଣୀ ଆଧାରିତ ଏହି ଫିଲ୍ମକୁ ନେଇ ଅଭିଯୋଗ କରିଛନ୍ତି ସନାତନ ଧର୍ମ ପ୍ରଚାରକ ସଞ୍ଜୟ ଦୀନାନଥ ତିୱାରୀ।
ମୁମ୍ବାଇ: ସାଉଥ୍ ସୁପରଷ୍ଟାର ପ୍ରଭାସ ଓ ବଲିଉଡ୍ ନାୟିକା କ୍ରିତି ସାନନଙ୍କ ଅଭିନୀତ ଫିଲ୍ମ ‘ଆଦିପୁରୁଷ’ ଆଗାମୀ ଜୁନ୍ ୧୬ ତାରିଖରେ ରିଲିଜ୍ ହେବ। ଫିଲ୍ମଟିର ଟ୍ରେଲର୍ ରିଲିଜ୍ ହେବା ପରେ ଏହା ରେକର୍ଡ ଭାଙ୍ଗିଛି। ରିଲିଜ୍ ହେବା ପରଠାରୁ ଏହା ୟୁଟ୍ୟୁବରେ ନମ୍ବର ୧ରେ ଟ୍ରେଣ୍ଡିଂ କରୁଛି। ହେଲେ ଏପଟେ ‘ରାମାୟଣ’ କାହାଣୀ ଆଧାରିତ ଏହି ଫିଲ୍ମକୁ ନେଇ ଅଭିଯୋଗ କରିଛନ୍ତି ସନାତନ ଧର୍ମ ପ୍ରଚାରକ ସଞ୍ଜୟ ଦୀନାନଥ ତିୱାରୀ।
ସେନସର୍ ବୋର୍ଡ ନିକଟରେ ସିନେମା ବିରୋଧରେ ଅଭିଯୋଗ କରାଯାଇଛି। ଏହି ଅଭିଯୋଗ ସଞ୍ଜୟ ଦୀନାନଥ ତିୱାରୀଙ୍କ ଦ୍ବାରା କରାଯାଇଛି। ସଞ୍ଜୟ ଦୀନାନାଥ ବମ୍ବେ ହାଇକୋର୍ଟର ଓକିଲ ଆଶିଷ ରାଏ ଓ ପଙ୍କଜ ମିଶ୍ରାଙ୍କ ମାଧ୍ୟମରେ ଏହି ଅଭିଯୋଗ କରିଛନ୍ତି। ଅଭିଯୋଗରେ ସନାତନ ଧର୍ମ ପ୍ରଚାରକ ସଞ୍ଜୟ ଦିନାନାଥ ତିୱାରୀ ଉଲ୍ଲେଖ କରି କହିଛନ୍ତି କି, ଷ୍ଟାରଙ୍କ ଦ୍ବାରା ପୋଷ୍ଟର ରିଲିଜଠାରୁ ଟିଜର ରିଲିଜର ଭିଜୁଆଲ୍ସରେ ସିନେମା ନିର୍ମାତା ଅନେକ ଗମ୍ଭୀର ଭୁଲ କରିଛନ୍ତି।
ଏହି କାରଣରୁ ସିନେମାରେ ବି ଏମିତି କିଛି ଭୁଲ ଥାଇପାରେ ଯାହାକି ଆପତ୍ତିଜନକ ରହିବାର ସମ୍ଭାବନା ରହିଛି। ଏଥିସହିତ ଏହା ବି ଭୟ ରହିଛି କି ଯଦି ଭୁଲ ରହିଥିବ ତେବେ ଭବିଷ୍ୟତରେ ସନାତନ ଧର୍ମର ଲୋକଙ୍କର ଧାର୍ମିକ ଭାବନାରେ ଆଘାତ ପହଞ୍ଚିବ। ଏଥିପାଇଁ ସିନେମାର ସେନସର ବୋର୍ଡ ମାଧ୍ୟମରେ ସ୍କ୍ରିନ ଟେଷ୍ଟ କରାଯାଉ। ଯଦି ସ୍କ୍ରିନ ଟେଷ୍ଟରେ କୌଣସି ବିବାଦୀୟ ଦୃଶ୍ୟ ନଜର ଆସେ ତେବେ ତାହାକୁ ହଟାଇବାକୁ ସ୍ବର ଉଠାଯାଉ।’
ଏପଟେ ଜାଣିବାକୁ ମିଳିଛି ଯେ ଫିଲ୍ମଟିର ଟ୍ରେଲର୍ ରିଲିଜ୍ ହେବା ପରେ ଏହା ୨୦୨୩ ମସିହାର ସବୁଠାରୁ ଅଧିକ ଦେଖା ଯାଇଥିବା ଟ୍ରେଲର୍ରେ ସ୍ଥାନ ପାଇଛି। ୨୪ ଘଣ୍ଟା ମଧ୍ୟରେ ‘ଆଦିପୁରୁଷ’ ଟ୍ରେଲର୍ର ଭିୟୁ ୭୦ ମିଲିୟନ୍ ଟପିଛି। ଫିଲ୍ମଟିରେ ପ୍ରଭାସ ଭଗବାନ ରାମଙ୍କ ଚରିତ୍ରରେ ନଜର ଆସିଥିବା ବେଳେ ସୀତା ମାଆଙ୍କ ରୂପରେ ଦେଖିବାକୁ ମିଳିଛନ୍ତି କ୍ରିତି ସାନନ୍। ପ୍ରଥମ ଥର ପାଇଁ ପ୍ରଭାସ ଓ କ୍ରିତି ଏକତ୍ର ପରଦାରେ ଦେଖିବାକୁ ମିଳିବେ। ଫିଲ୍ମଟି ହିନ୍ଦୀ ବ୍ୟତୀତ ଆହୁରି ଅନେକ ଭାଷାରେ ବି ରିଲିଜ୍ ହେବ। ଏହି ଫିଲ୍ମରେ ସୈଫ ଅଲ୍ଲୀ ଖାନ ମଧ୍ଯ ପ୍ରଭାସଙ୍କ ସହିତ ମୁଖ୍ୟ ଭୂମିକାରେ ନଜର ଆସିବେ। ସୈଫ୍ ଅଲ୍ଲୀ ଖାନ ରାବଣ ଭୂମିକାରେ ଅଭିନୟ କରିବେ।