Below header

ବିଧାନସଭା ସ୍ୱାଧିକାର କମିଟି ଆଗରେ ହାଜର ହେଲେ ଓଟିଭିର ସହ ପ୍ରତିଷ୍ଠାତା ଜଗି ମଙ୍ଗତ ପଣ୍ଡା

ଭୁବନେଶ୍ବର(କେନ୍ୟୁଜ୍) : ଗୃହରେ ସ୍ୱାଧୀକାର ଭଙ୍ଗ କରିବା ଘଟଣାରେ ଆଜି ବିଧାନସଭା ସ୍ୱାଧିକାର କମିଟି ଆଗରେ ହାଜର ହେଲେ ଓଟିଭିର ସହ ପ୍ରତିଷ୍ଠାତା ଜଗି ମଙ୍ଗତ ପଣ୍ଡା । ଜାନୁୟାରୀ ୨୮ କିମ୍ବା ତା ପୂର୍ବରୁ ହାଜର ହେବା ପାଇଁ କମିଟି ପକ୍ଷରୁ ତାଙ୍କୁ ନୋଟିସ୍‌ କରାଯାଇଥିଲା । ଗତବର୍ଷ ନଭେମ୍ବର ୧୯ ତାରିଖରେ ଓଟିଭିରେ ବିଧାନସଭା ସମ୍ପର୍କିତ ଏକ ଖବର ପ୍ରସାରଣ କରାଯାଇଥିଲା । ଏହା ବିଧାନସଭାର ଅପମାନ କରୁଥିବା ଅଭିଯୋଗ ହୋଇଥିଲା । ଏନେଇ କଂଗ୍ରେସ ବିଧାୟକ ତାରାପ୍ରସାଦ ବାହିନୀପତି ଗୃହରେ ସ୍ୱାଧୀକାର ଭଙ୍ଗ ନୋଟିସ୍‌ ଆଣିଥିଲେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.