ଜଗତପୁର ପଟ୍ଟାମୁଣ୍ଡାଇ କେନାଲର ତ୍ରିବେଣୀଶ୍ୱର ଠାରେ ୮୦ ଫୁଟରୁ ଊର୍ଦ୍ଧ୍ବ ଘାଇ: ଭାସିଗଲା ୫ ବଖରା ଦୋକାନ ଘର

ମାହାଙ୍ଗା(କେନ୍ୟୁଜ୍): କଟକ ଜିଲ୍ଲା ମାହାଙ୍ଗା ଦେଇ ଯାଇଥିବା ଜଗତପୁର ପଟ୍ଟାମୁଣ୍ଡାଇ କେନାଲର ତ୍ରିବେଣୀଶ୍ୱର ଠାରେ ୮୦ ଫୁଟରୁ ଊର୍ଦ୍ଧ୍ବ ଘାଇ । ଯାହାଦ୍ବାରା ୫ ବଖରା ଦୋକାନ ଘର ଭାଙ୍ଗିଯାଇଥିବା ନେଇ ସୂଚନା ମିଳିଛି।

ଭାଙ୍ଗି ଯାଇଥିବା ଦୋକାନ ଘର ନିକଟସ୍ଥ ବିରୂପା ନଦୀରେ ଭାସି ଯାଇଛି। ତେବେ ଏ ଘାଇ ହେବା ଫଳରେ ଭେଡ଼ା କୁଆଁପାଳ ପୂର୍ତ୍ତ ସଡ଼କ ସମ୍ପୂର୍ଣ ଭାଙ୍ଗି ଯାଇ ଯୋଗାଯୋଗ ବିଚ୍ଛିନ୍ନ ହୋଇ ଯାଇଛି।। ଏନେଇ ଭୟରେ ଅଞ୍ଚଳ ବାସୀ। ତୁରନ୍ତ ଜଳସମ୍ପଦ ବିଭାଗ ପକ୍ଷରୁ ପାଣି ରୋକିବାକୁ ଦାବି କରିଛନ୍ତି ସ୍ଥାନୀୟବାସୀ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.