ତାଳଚେରର ଡାକ୍ତରଙ୍କ ମୃତ୍ୟୁକୁ ନେଇ ଥାନା ଆଗରେ ଧାରଣା, ନାବାଳିକାଙ୍କୁ ଅସଦାଚରଣ ମାମଲାରେ ହାଜତରେ ଥିଲେ

ତାଳଚେର(କେନ୍ୟୁଜ୍):ତାଳଚେରର ବରିଷ୍ଠ ଶିଶୁ ରୋଗ ବିଶେଷଜ୍ଞ ଡାକ୍ତର ପ୍ୟାରୀମୋହନ ପ୍ରଧାନଙ୍କ ମୃତ୍ୟୁକୁ ନେଇ ଉତ୍ତେଜନା । ଜନସାଧାରଣ ତାଳଚେର ଥାନା ସମ୍ମୁଖରେ ଧାରଣା ଦେଇଥିଲେ । ଘରୋଇ କ୍ଲିନିକରେ ଜଣେ ନାବାଳିକାଙ୍କୁ ଅସଦାଚରଣ ମାମଲାରେ ପୋଲିସ ତାଙ୍କୁ ଗିରଫ କରିଥିଲା । ବିଚାରାଧୀନ କଏଦୀ ଭାବେ ଅନୁଗୋଳ ଜେଲରେ ଥିବା ବେଳେ ଗତକାଲି ରାତିରେ ସେ ଅସୁସ୍ଥ ହୋଇପଡ଼ିଥିଲେ । ତାଙ୍କୁ ଚିକିତ୍ସାଳୟକୁ ନିଆଯାଇଥିବା ବେଳେ ସେଠାରେ ମୃତ୍ୟୁ ଘଟିଥିଲା ।

 

ଏହାକୁ ନେଇ ଉତ୍ତେଜନା ପ୍ରକାଶ ପାଇଛି । ବିନା ଦୋଷରେ ଡାକ୍ତରଙ୍କୁ ଗିରଫ କରାଯାଇଥିବା ଅଭିଯୋଗ କରିଛନ୍ତି ତାଳଚେର ବାସିନ୍ଦା । ଏହି ଘଟଣାକୁ ନିନ୍ଦା କରିବା ସହ ତଦନ୍ତକାରୀ ଅଫିସର ସଠିକ ଭାବେ ତଦନ୍ତ କରିନଥିବା ଅଭିଯୋଗ ହୋଇଛି। ଏହାସହ ଡାକ୍ତରଙ୍କ କ୍ଲିନିକରେ ଲାଗିଥିବା ସିସିଟିଭି ଫୁଟେଜକୁ ଯାଞ୍ଚ ନକରି ଡାକ୍ତରଙ୍କୁ ଗିରଫ କରିଥିବା ଅଭିଯୋଗ କରିଛନ୍ତି ଆନ୍ଦୋଳନକାରୀ । ଏହି ଘଟଣାରେ ତଦନ୍ତକାରୀ ଅଫିସରଙ୍କ ନିଲମ୍ବିତ ସହ ଅନୁଗୋଳ ଆରକ୍ଷୀ ଅଧିକ୍ଷକଙ୍କ ବଦଳି ଦାବି କରିଛନ୍ତି ଆନ୍ଦୋଳନକାରୀ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.