Below header

ପରଲୋକରେ ପଦ୍ମଶ୍ରୀ ଶାନ୍ତି ଦେବୀ, ମାତ୍ର ୧୭ବର୍ଷ ବୟସରୁ ସମାଜସେବା ଓ ଭୂଦାନ ଆନ୍ଦୋଳନରେ ଦେଇଥିଲେ ଯୋଗ

ଗୁଣୁପୁର(କେନ୍ଯୁଜ୍): ପରଲୋକରେ ପଦ୍ମଶ୍ରୀ ଶାନ୍ତି ଦେବୀ । ୮୮ ବର୍ଷ ବୟସରେ ତାଙ୍କର ଦେହାନ୍ତ ହୋଇଛି । ଗତକାଲି ବିଳମ୍ବିତ ରାତିରେ ହଠାତ ଛାତିରେ ଯନ୍ତ୍ରଣା ଅନୁଭବ କରିବା ପରେ ଚେତାଶୂନ୍ୟ ହୋଇପଡିଥିଲେ । ପରେ ତାଙ୍କର ମୃତ୍ୟୁ ହୋଇଥିଲା । ପଦ୍ମଶ୍ରୀ ଶାନ୍ତି ଦେବୀ ଜଣେ ଶ୍ରେଷ୍ଠ ସେବିକା, ପରୋପକାରୀ ଓ ସମାଜସେବୀ ଭାବେ ପରିଚିତ ଥିଲେ ।

ତାଙ୍କର ଏହି କାର୍ଯ୍ୟ ପାଇଁ ଗତ ନଭେମ୍ବର ମାସରେ ରାଷ୍ଟ୍ରପତି ତାଙ୍କୁ ପଦ୍ମଶ୍ରୀ ସମ୍ମାନରେ ସମ୍ମାନିତ କରିଥିଲେ । ୧୯୩୮ ମସିହାରେ ବାଲେଶ୍ୱର ଜିଲ୍ଲାରେ ଜନ୍ମଗ୍ରହଣ କରିଥିଲେ ଶାନ୍ତି ଦେବୀ । ମାତ୍ର ୧୭ବର୍ଷ ବୟସରୁ ଆଚାର୍ଯ୍ୟ ବିନୋବା ଭାବେଙ୍କ ପ୍ରେରଣାରେ ସମାଜସେବା ଓ ଭୂଦାନ ଆନ୍ଦୋଳନରେ ଯୋଗ ଦେଇଥିଲେ ।

୧୯୫୧ ମସିହାରେ ସେ ଗୁଣୁପୁର ଅଞ୍ଚଳକୁ ଆସି ସମାଜସେବା ଓ ଭୂଦାନ ଆନ୍ଦୋଳନକୁ ଜାରି ରଖିଥିଲେ । ୧୯୬୪ରେ ଅନାଥ ଶିଶୁଙ୍କ ପାଇଁ ସେବା ସମାଜ ଅନୁଷ୍ଠାନ ପ୍ରତିଷ୍ଠା କରିଥିଲେ ଶାନ୍ତି ଦେବୀ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.